ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। କ୍ଲବ ଘର ବାରଣ୍ଡାରେ ଚାଲିଛି ପାଠପଢ଼ା। ନିର୍ମାଣ ହୋଇପାରୁନି ଅଙ୍ଗନବାଡ଼ି କେନ୍ଦ୍ର। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁଦେଇପଡ଼l ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ କୋଠା l ଏଠାରେ ୧୮ ଜଣ କୁନି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l ଦୀର୍ଘ ବର୍ଷ ହେବ ନିଜସ୍ୱ କୋଠା ନଥିବାରୁ କେବେ କ୍ଲବ ଘର ବାରଣ୍ଡା ତ ଆଉ କେବେ ଗଛ ମୂଳେ ପାଠପଢ଼ା ହେଉଛି l ଏହି ଅସ୍ଥାୟୀ କେନ୍ଦ୍ର ମୁଖ୍ୟ ରାସ୍ତାକୁ ଲାଗି ରହିଥିବାରୁ ସରୀସୃପ ଭୟ ସହ ଯାନବାହାନ ଯାତାୟାତ ବିପଦ ଲାଗି ରହିଛି । ଏଭଳି ସ୍ଥିତିରେ ଅନିଚ୍ଛା ସତ୍ତ୍ୱେ ଅଭିଭାବକ ମାନେ ବାଧ୍ୟ ହୋଇ ପିଲାଙ୍କୁ ପଢ଼ିବାକୁ ଛାଡୁଛନ୍ତି l
ଦୁରାବସ୍ଥାକୁ ନେଇ ସିଡିପିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ l ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି l ଅନ୍ୟପଟେ ଅଙ୍ଗନବାଡି କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ଗତ ୨୦୧୯-୨୦ ରୁ ଅର୍ଥ ମଞ୍ଜୁର ହୋଇଛି । ହେଲେ ଜାଗା ଚିହ୍ନଟ ହୋଇପାରୁନଥିବାରୁ କାମ ଆରମ୍ଭ ହେଇପାରୁନି l ଜାଗା ଚିହ୍ନଟ ପାଇଁ ପୁନର୍ବାର ତହସିଲଦାରଙ୍କୁ ଚିଠି କରାଯାଇଛି l ଚିହ୍ନଟ ହେଲାପରେ ଖୁବ୍ ଶୀଘ୍ର ନିଜସ୍ୱ କୋଠା ନିର୍ମାଣ ହେବ ବୋଲି ସଫେଇ ହେଇଛନ୍ତି ସିଡିପିଓ l ପ୍ରଶାସନର ଅବହେଳା ଏଠାରେ ଜଳ ଜଳ ବାରି ହେଉଛି। ତେବେ ଏହି କେନ୍ଦ୍ରର ନୂତନ ବିଲଡିଂ କେବେ ନିର୍ମାଣ ହେଉଛି ତାହା ଦେଖିବାକୁ ବାକି ରହିଲା

