ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ ପେସର ବୋଲରଙ୍କ ହାତରୁ ଓଭର ମଝିରେ ବଲ ଛଡ଼ାଇ ନେଲେ ଅମ୍ପାୟାର । ଆଉ କରି ପାରିଲେନି ବୋଲିଂ । ପାକିସ୍ତାନର ପ୍ରିମିୟମ ବୋଲର ଭାବେ ଜଣାଶୁଣା ସାହିନଶାହା ଆଫ୍ରିଦଙ୍କୁ ଏଭଳି ବେଜିତ୍ ହେବାକୁ ପଡ଼ିଛି । ବିବିଏଲ ୨୦୨୫-୨୬ ଚାଲିଥିବା ଏହି ମ୍ୟାଚ ମଝିରେ ଏଭଳି କିଛି ଦୃଶ୍ୟ ନଜରକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
Wow.
On his BBL debut, Shaheen Afridi has been removed from the attack! #BBL15 pic.twitter.com/IhDLsKFfJi
— KFC Big Bash League (@BBL) December 15, 2025
ବ୍ରିସବେନ ପକ୍ଷରୁ ଖେଳୁଥିବା ସାହିନ୍ ନିଜର ଦ୍ବିତୀୟ ଓଭର ଚତୁର୍ଥ ବଲ ପକାଇଥିବା ସୁଦ୍ଧା ୪୩ ରନ ବ୍ୟୟ କରିଥିଲେ । ଓଭର ପିଛା ହାରାହାରି ୧୬ ରନ ଲେଖାଏଁ ଦେଇ ସାରିଥିଲେ ସାହିନ୍ । ତେବେ ଏହି ସମୟରେ ସେ ଗୋଟିଏ ଓଭରରେ ଦୁଇଟି ହାଇ ଫୁଲଟସ ବଲ ପକାଇଥିଲେ । ଯେଉଁ କାରଣରୁ ଅମ୍ପାୟାର ତାଙ୍କ ହାତରୁ ବଲ ଛଡ଼ାଇ ନେଇଥିଲେ । କ୍ରିକେଟର ନିୟମ ଅନୁସାରେ ଜଣେ ବୋଲର ଗୋଟିଏ ଓଭରରେ ଦୁଇଟି ହାଇ ଫୁଲଟସ୍ ବଲ ପକାଇ ପାରିବେ ନାହିଁ । ମାତ୍ର ସାହିନ ଏଭଳି କରିଥିବାବେଳେ ତାଙ୍କୁ ବୋଲିଂ କରିବାକୁ ଦିଆଯାଇନଥିଲା । ଚଳିତ ବର୍ଷ ସେ ବିବିଏଲରେ ଡେବ୍ୟୁ କରିଥିବାବେଳେ ପ୍ରଥମରୁ ଏଭଳି ଦେଖିବାକୁ ମିଳିଛି । ସେପଟେ ଅନ୍ୟତମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ମଧ୍ୟ ବିଗବାସ ଲିଗରେ ଡେବ୍ୟୁ କରିଛନ୍ତି । ମାତ୍ର ତାଙ୍କର ଏଯାବତ କୌଣସି ପ୍ରଭାବଶାଳୀ ବ୍ୟାଟିଂ ଦେଖିବାକୁ ମିଳିନାହିଁ ।

