spot_img

Latest Posts

‘ନେତୃତ୍ଵ ନେଲେ ସବୁ ସହିବାକୁ ପଡ଼ିବ’: ଭକ୍ତଙ୍କୁ ଜୟଦେବଙ୍କ ପରାମର୍ଶ

ଭକ୍ତଙ୍କୁ ଜୟଦେବଙ୍କ ପରାମର୍ଶ ।  । ନେତୃତ୍ଵ ନେଲେ ସବୁ ସହିବାକୁ ପଡ଼ିବ । ପିସିସି ସଭାପତି ଭକ୍ତ ଦାସଙ୍କୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଦେଇଛନ୍ତି ପରାମର୍ଶ । ପିସିସି ସଭାପତି ହେଲେ ବହୁତ କିଛି ସହିବାକୁ ହେବ । ସମସ୍ତଙ୍କ କଥା ଶୁଣିବାକୁ ହେବ। ଅତି ବିଶୃଙ୍ଖଳା ନହେଲେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ନୁହେଁ । ମୋକିମ ଯଦି ଖଡଗେ କି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇ ନଥାନ୍ତେ ତେବେ ଆଜି ଏପରି ପରିସ୍ଥିତି ହୋଇ ନଥାନ୍ତା। ମୁଁ ପିସିସି ସଭାପତି ଥିବା ବେଳେ ବହୁତ ନିର୍ଯାତନା ସହିଛି । ଅନେକ ବିଷକୁ ପିଇ ଦେଇଛି। ମୋକିମଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଅଛି। ଦଳ ପୂର୍ଣ୍ଣ ବିଚାର କଲେ ସେ ପୁଣି ଫେରି ଆସିବେ । ସେ ଆଜି ବି ଦାବି କରିଛନ୍ତି ସେ କଂଗ୍ରେସରେ ଅଛନ୍ତି ବୋଲି । ସବୁ ମଣିଷର ସ୍ୱତନ୍ତ୍ର ପରିଚୟ ରହିଛି। ହାଇକମାଣ୍ଡଙ୍କ ପାଖରେ ସବୁ କଥା କହିପାରି ନାହାନ୍ତି ମହମ୍ମଦ ମୋକିମ। ହାଇକମାଣ୍ଡ ଓ ତାଙ୍କ ଭିତରେ ଦୂରତା ହୋଇଯାଇଥିବାରୁ ସେ ତାଙ୍କ କଥା ଠିକ୍ ସେ ରଖି ପାରିଲେ ନାହିଁ। ଭକ୍ତ ଦାସ ତାଙ୍କ ତରିକାରେ ନେତୃତ୍ଵ ନେଉଛନ୍ତି । ଯାହା ଘଟିଛି ତାହା କଂଗ୍ରେସ ପାଇଁ ଘଟଣା ନୁହେଁ, ଦୁର୍ଘଟଣା । ବିଧାୟକ ରମେଶ ଜେନା ଓ ପିସିସି କୋଷାଧ୍ୟକ୍ଷ ଭିତରେ ହୋଇଥିବା ବିବାଦ ନେଇ ପିସିସି ସଭାପତିଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ । କଂଗ୍ରେସ ବହୁତ ଦିନ ହେବ କ୍ଷମତା ବାହାରେ ଅଛି । ତେଣୁ ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ଜୟଦେବ ।

Latest Posts

Don't Miss