spot_img

Latest Posts

ପୋଲିସ କବଜାରେ ଆନ୍ତଃରାଜ୍ୟ ଠକ: ସରକାରୀ ଚାକିରୀ ଦେବାକୁ କହି ଲଗାଉଥିଲା ଚୂନ

ପୋଲିସ କବଜାରେ ଆନ୍ତଃରାଜ୍ୟ ଠକ । ସରକାରୀ ଚାକିରୀ ଦେବାକୁ କହି ଲଗାଉଥିଲା ଚୂନ । ନକଲୀ ନିଯୁକ୍ତିପତ୍ର ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । କୋରାପୁଟ ଜିଲ୍ଲା ଜୟପୁରରୁ ଯାଇ ବିଛାଇଥିଲା ଜାଲ । ଅଭିଯୁକ୍ତକୁ ବାନ୍ଧିବା ପରେ ଗୁମର ଖୋଲୁଛି ରାଉରକେଲା ପୋଲିସ୍ । ରେଲୱେ ସହ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି ଦେବାକୁ କହି ଶିକ୍ଷିତ ଯୁବକ ଯୁବତୀଙ୍କୁ ବୁଲାଉଥିଲା ଭୁଆଁ । ନକଲି ନିଯୁକ୍ତିପତ୍ର ଦେଇ ୭ରୁର ୮ ଲକ୍ଷ ଟଙ୍କା ଠକି ନେଉଥିଲା । ଶେଷରେ ଅଭିଯୁକ୍ତକୁ କାବୁ କରିଛି ରାଉରକେଲା ଛେଣ୍ଡ ପୋଲିସ । ଅଭିଯୁକ୍ତର କୋରାପୁଟ ଜିଲ୍ଲା ଜୟପୁରର ସନ୍ତୋଷ କୁମାର ସାହୁକୁ ଗିରଫ କରିବା ପରେ ଖୋଲୁଛି ଗୁମର ।

ଚାକିରି ଦେବାକୁ କହି ଓଡ଼ିଶାର ଅନେକ ଆଶାୟୀଙ୍କ ଠାରୁ ୩୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କୋରାପୁଟ, ମାଲକାନଗିରି, ବ୍ରହ୍ମପୁର ସମେତ ବିଭିନ୍ନ ଅଞ୍ଚଳର ଆଶାୟୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଥିଲା । ଅଭିଯୁକ୍ତ ନିକଟରୁ ବିପୁଳ ଆବେଦନପତ୍ର, ଜାଲ ଡକ୍ୟୁମେଣ୍ଟ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଗିରଫ ଠକ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଏଥିରେ ଆଉ କିଏ ସଂପୃକ୍ତ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଅନ୍ୟକେହି ଠକେଇର ଶିକାର ହୋଇଥିଲେ ତୁରନ୍ତ ଅଭିଯୋଗ କରିବାକୁ ଅପିଲ କରିଛି ପୋଲିସ ।

Latest Posts

Don't Miss