spot_img

Latest Posts

୭ ରାଷ୍ଟ୍ର ବିରୋଧରେ ଟ୍ରାଭେଲ ବ୍ୟାନ୍ : ପୁଣି କଠୋରେ ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ନିରାପତ୍ତା, ସାଧାରଣ ଜନତାଙ୍କ ସୁରକ୍ଷା ଓ ଭିସା ପ୍ରସଙ୍ଗରେ ଅଧିକ କଠୋର ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ୭ଟି ଦେଶର ନାଗରିକାଙ୍କ ଆମେରିକା ପ୍ରବେଶ ଉପରେ ଜାରି କଲେ କଟକଣା।ପୂର୍ବରୁ ଟ୍ରମ୍ପ ଏହି ନିଷ୍ପତ୍ତି ୩୦ଟି ରାଷ୍ଟ୍ର ବିରୋଧରେ ସମ୍ପୂର୍ଣ୍ଣ ଓ ଆଂଶିକ କାର୍ଯ୍ଯକାରୀ କରିଥିଲେ। ଆସନ୍ତା ଜାନୁଆରୀ ୧ରୁ ବୁର୍କିନା ଫାସୋ, ମାଳି, ନାଇଜର ,ଦକ୍ଷିଣ ସୁଦାନ, ସିରିୟା, ଲାଓସ ଓ ସିଏରା ଲିଓନ ବିରୋଧରେ ଏହି ଘୋଷଣା କାର୍ଯ୍ୟକାରୀ ହେବ। ଜାନୁଆରୀ ୧ରୁ ଏହି ନୂଆ ନିୟମ ବଳରେ ଏହି ସବୁ ଦେଶର ନାଗରିକମାନେ ଏଣିକି ଆମେରିକା ଯାଇପାରିବେ ନାହିଁ।

ଏହା ସହ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ଟ୍ରାଭେଲ ଡକୁମେଣ୍ଟ ହାସଲ କରିଥିବା ନାଗରିକମାନେ ବି ଆମେରିକା ଯାଇପାରିବେ ନାହିଁ। ୱେଷ୍ଟବ୍ୟାଙ୍କ ଓ ଗାଜାରେ ଆତଙ୍କବାଦୀମାନେ ରହୁଥିବା କାରଣରୁ ଆମେରିକା ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ଯେଉଁ ୧୨ଟି ରାଷ୍ଟ୍ର ଉପରେ ଏହି କଟକଣା ସମ୍ପୂର୍ଣ୍ଣ ଜାରି ହୋଇଥିଲା ସେହି ଦେଶଗୁଡ଼ିକ ହେଲେ- ଆଫଗାନିସ୍ତାନ, ବର୍ମା, ଚାଦ, କଙ୍ଗୋ, ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବ୍ୟା, ସୋମାଲିଆ ଓ ୟେମେନ। ସେହିପରି ଯେଉଁ ରାଷ୍ଟ୍ରଗୁଡିକ ଉପରେ ଆଂଶିକ କଟକଣା ଲଗାଯାଇଥିଲା ସେହି ରାଷ୍ଟ୍ରଗୁଡିକ ହେଲେ- ବୁରୁଣ୍ଡି, କ୍ଯୁବା, ଟୋଗୋ, ଭେନେଜୁଏଲା ଆଦି ରାଷ୍ଟ୍ର।

Latest Posts

Don't Miss