ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ବେଳର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ l ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ରୋଗୀଙ୍କୁ ଚିତ୍କାର କରି ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l କର୍ତ୍ତବ୍ୟରେ ଅବହେଳା କରିବା ସହ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଦେଖୁ ସେ ଦେଖୁ ନଥିବା ଅଭିଯୋଗ ହୋଇଛି। ଏପରିକି ସେ ଗାଳିଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ ହୋଇଛି। କିଛି ମାସ ହେବ ମେଡିକାଲର ଷ୍ଟାଫଙ୍କୁ ଏପରି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଥିଲେ ବି ଫଳ ଶୂନ। ଗତକାଲି ଜଣେ ରୋଗୀ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ମେଡିକାଲ ଆସିଥିବା ବେଳେ ରୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ନୟାଗଡ ଜିଲ୍ଲା ମୁଖ୍ୟ ଅଧିକାରୀ ପୁଷ୍ପାଞ୍ଜଳି ଲାକେରା କହିଛନ୍ତି ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

