ନନ୍ଦିଘୋଷ ବ୍ୟୁରୋ: ନ୍ୟାସନାଲ ହେରାଲଡ ମାମଲା ନେଇ ବିଜେପି ବିରୋଧରେ କଂଗ୍ରେସର ଯୁଦ୍ଧିଂ ଦେହି ଡାକରା। ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ଓ କାଲି ସାରା ରାଜ୍ୟରେ କରାଯିବ ମଶାଲ ଯାତ୍ରା । ପିସିସି ସଭାପତି ଭକ୍ତ ଦାସ ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । କ୍ଷମତାର ଦୂରୁପଯୋଗ କରି ଇଡି ଜରିଆରେ ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ବିଜୟ ହୋଇଛି। ଗତକାଲି ଭକ୍ତ ଦାସଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ବିଜେପି ବିରୋଧରେ ନାରାବାଜି କରି ବିଜେପି ଅଫିସ ଘେରାଉ କରିବାକୁ ଉଦମ୍ୟ କରିଥିଲେ। ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ବେଶ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସ ଅଭିଯୋଗ କରିଛି ଇଡିକୁ ବ୍ୟବହାର କରି ଉଦ୍ଦେଶ୍ୟମୂଳକ ଭାବରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି । ସେପଟେ ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ବିଜେପି ସରକାର କେବେ କୌଣସି ଏଜେନ୍ସୀର ଅପବ୍ୟବହାର କରେ ନାହିଁ । ନ୍ୟାସନେଲ ହେରାଲଡ଼ ମାମଲାରେ ସେମାନଙ୍କୁ ସାମୟିକ ଆଶ୍ଵସ୍ତି ମିଳିଛି। କ୍ଲିନ ଚିଟ ମିଳିନି।

