ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବିମାନ ଲାଗି ପାକିସ୍ତାନ ନିଜ ଏୟାରସ୍ପେସ ବ୍ୟାନ ଅବଧିକୁ ଜାନୁଆରୀ ୨୩ ଯାଏ ବୃଦ୍ଧି କରିଛି। ପହଲଗାମ ହମଲା ପରଠାରୁ ଗତ ଏପ୍ରିଲରୁ ଭାରତ ଲାଗି ନିଜର ଆକାଶ ସୀମାକୁ ନିଷିଦ୍ଧ କରିଥିଲା ପାକିସ୍ତାନ। ପ୍ରତିବାଦରେ ଭାରତ ବି ସମଧରଣର ପଦକ୍ଷେପ ନେଇଥିଲା। ପ୍ରାୟ ୯ ମାସ ଧରି ଏହି ଅଚଳାବସ୍ଥା ଯୋଗୁ ଦୁଇ ଦେଶ ପ୍ରଭୁତ ଆର୍ଥିକ କ୍ଷତି ସହିଲେଣି। ଡିସେମ୍ବର ୨୪ ଯାଏ ପାକିସ୍ତାନ ପକ୍ଷରୁ ଜାରି ନିଷେଧାଦେଶ ବଳବତ୍ତର ଥିଲା। ମାତ୍ର ଏହି ସମୟ ସୀମାକୁ ଜାନୁଆରୀ ୨୩ ଯାଏ ବୃଦ୍ଧି କରିଛି ପାକିସ୍ତାନ ବିମାନ ବନ୍ଦର କର୍ତ୍ତୃପକ୍ଷ। ଏନେଇ କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦ୍ଦେଶନାମା ଜାରିକରାଯାଇଛି। ପାକିସ୍ତାନର ଏୟାର ସ୍ପେସ ଦୁଇ ଭାଗରେ ବିଭକ୍ତ। ଗୋଟିଏ କରାଚୀ ଓ ଅନ୍ଯଟି ଲାହୋର। ଏହି ଦୁଇ ବିଭାଗରେ ନିୟମ ଲାଗୁ ହେବ। ପହଲଗାମ ହମଲା ଘଟଣାରେ ୨୬ ଜଣଙ୍କ ପ୍ରାଣହାନି ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର।

