spot_img

Latest Posts

ସାନ ଭାଇ ମାଡ଼ରେ ବଡ଼ ଭାଇର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ସାନ ଭାଇ ମାଡ଼ରେ ବଡ଼ ଭାଇର ମୃତ୍ୟୁ । ରାସ୍ତାରେ ବାଇକ୍ ରଖାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ମାନକୁଣ୍ଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ବଡ଼ ଭାଇ ସନିଆ ମାଝୀ ଓ ସାନ ଭାଇ ପବନ ମାଝୀ ମଧ୍ୟରେ ଗଣ୍ଡୋଗୋଳ ଉପୁଜି ଥିଲା । ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ପରସ୍ଥିତି ସୃଷ୍ଟି ହେଇଥିଲା । ବଡ଼ ଭାଇ ସନିଆ ମାଝୀଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରକୁ ସ୍ଥାନାନ୍ତରିତ ହେଇଥିଲା। ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହେଇଛି । ଘଟଣା ବାବଦରେ ଅଭିଯୋଗ ପାଇ ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାନ ଭାଇ ପବନକୁ ଅଟକ ରଖି ତଦନ୍ତ କରୁଛି।…

Latest Posts

Don't Miss