ସରକାରୀ କାଗଜରୁ ନାଁ କାଟି ଅଢ଼େଇ ବର୍ଷ ହେଲା ଦେଉନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା
ନନ୍ଦିଘୋଷ ବ୍ୟୁରୋ: ଦେଢ଼ ବର୍ଷ ଅର୍ଥାତ ୩୦ ମାସ ହେଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ଗାଁର ନେତ୍ରାନନ୍ଦ ଜେନାଙ୍କୁ ମିଳିନି ବାର୍ଦ୍ଧକ୍ୟ ଭତ୍ତା । ନେତ୍ରାନନ୍ଦ ଜୀବିତ ଥିଲେ ବି ସରକାରୀ କାଗଜପତ୍ରରେ ତାଙ୍କ ନାଁ କାଟଇ ଦେଇ ଭତ୍ତା ଦିଆଯାଉ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ଲକ ପ୍ରଶାସନ କିଛି ଶୁଣୁ ନଥିବା କରିବାର ଲୋକେ କହିଛନ୍ତି । ଫଳରେ ପରିଣତ ବୟସରେ ନେତ୍ରାନନ୍ଦ ନାନା ସମସ୍ୟାରେ ଗତି କରୁଛନ୍ତି । ତୁରନ୍ତ ତାଙ୍କୁ ବକେୟା ଟଙ୍କା ପ୍ରଦାନ କରିବାକୁ ଦାବି ହୋଇଛି ।
ନେତ୍ରାନନ୍ଦଙ୍କ ଭତ୍ତା ଟଙ୍କା ସମସ୍ୟା ସମ୍ପର୍କରେ ଅସ୍ତରଙ୍ଗ ବିଡିଓ ସୁଶ୍ରୀ ସସ୍ମିତା ବେହେରାଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ବୃଦ୍ଧଙ୍କୁ ତୁରନ୍ତ ବକେୟା ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି । ଏହାସହ ଏପରି କାହିଁକି କରାଗଲା ତାହାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

