spot_img

Latest Posts

ବିଧାୟକ, ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧିର ପୁନର୍ବିଚାର କରିବାକୁ ବିଜେଡିର ଦାବି

ବିଧାୟକ, ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧିର ପୁନର୍ବିଚାର କରିବାକୁ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧିର ପୁନର୍ବିଚାର କରିବାକୁ ଦାବି କରିଛି ବିଜେଡି । ବିଧାନସଭାରେ ବିଧେୟକ ପାରିତ ହେବା ପରେ ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେଇ ଗରିବଙ୍କ କଲ୍ୟାଣ ପାଇଁ ଲଗାଇବାକୁ କହିଥିଲେ । ଏହାପରେ ଉଭୟ ବିରୋଧୀ ଓ ଶାସକ ଦଳରୁ ଦରମା ବୃଦ୍ଧିକୁ ନେଇ ପ୍ରତିକ୍ରିୟା ଆସିବାରେ ଲାଗିଥିଲା ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକା ଏବଂ ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ବିଧାନସଭାରେ ବିଲକୁ ସମର୍ଥନ କରାଯାଇଥିଲେ ବି ଜନ ଅସନ୍ତୋଷକୁ ଦେଖି ଏହାର ପୁର୍ନବିଚାର କରିବା ପାଇଁ ଦାବି କରାଯାଇଛି । ବିଧାନସଭାରେ ୯ ତାରିଖରେ ବିଧାୟକମାନଙ୍କ ଦରମା ଓ ପେନସନ ବୃଦ୍ଧିକୁ ନେଇ ବିଲ ପାରିତ ହୋଇଥିଲା । କିନ୍ତୁ ଓଡ଼ିଶାବାସୀ ଏହାକୁ ବିରୋଧ କରୁଛନ୍ତି । ଜନମତ ଏହି ବିଲ ବିରୋଧରେ ଯାଉଛି । ତେଣୁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଥିଲେ । ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି । ତାହା ସାଧାରଣ ଲୋକଙ୍କ କାମରେ ଲଗାଯାଏ । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ବିଜେଡି ଏହି ଦାବି ରଖିଛି ।

Latest Posts

Don't Miss