spot_img

Latest Posts

‘ମାଡାମ ମୋ ଝିଅକୁ ମାରିବେନି ତା’ର ମାଆ ନାହିଁ’… ଭାଇରାଲ ଭିଡିଓ କହୁଛି ଅସହାୟ ବାପାର ଝିଅ ପ୍ରତି ସ୍ନେହ ଓ ଭଲ ପାଇବାର ଅକୁହା କଥା

‘ମାଡାମ ମୋ ଝିଅକୁ ମାରିବେନି ତା’ର ମାଆ ନାହିଁ’… ଭାଇରାଲ ଭିଡିଓ କହୁଛି ଅସହାୟ ବାପାର ଝିଅ ପ୍ରତି ସ୍ନେହ ଓ ଭଲ ପାଇବାର ଅକୁହା କଥା

ନନ୍ଦିଘୋଷ ବ୍ୟୁରୋ: ବାପା ଓ ଝିଅ ମଧ୍ୟରେ ଅତୁଟ ଭଲ ପାଇବା ତ ସମସ୍ତେ ଦେଖିଛନ୍ତି । ହେଲେ କେବେ ମାଆ ଛେଉଣ୍ଡ ଝିଅ ପାଇଁ ବାପାର ମମତା ଦେଖିଛନ୍ତି କି ? ଆଜ୍ଞା ହଁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଯିଏ ଦେଖୁଛନ୍ତି ତାଙ୍କ ଆଖିରେ ଲୁହ ଆସି ଯାଉଛି । ଭିଡିଓଟିରେ ଜଣେ ଅସହାୟ ବାପା ସ୍କୁଲରେ ଝିଅର ମାଡାମଙ୍କୁ ନିବେଦନ କରି ତାଙ୍କ ଝିଅକୁ ନମାରିବାକୁ କହୁଛନ୍ତି । ଆଉ ଏହାର କାରଣ ସେ ଯାହା ଦେଉଛନ୍ତି ତାହା ସମସ୍ତ ମନକୁ ଭିତରୁ ଆନ୍ଦୋଳିତ କରି ଦେଉଛି । ବାପା ଜଣଙ୍କ ଝିଅର ମାଡାମଙ୍କୁ କହୁଛନ୍ତି, ‘ମାଡାମ୍, ମୋ ଝିଅକୁ ମାରିବେ ନାହିଁ । ତା’ର ମାଆ ନାହିଁ । ସେ ଯଦି କାନ୍ଦିବ ତାକୁ ଚୁପ କିଏ କରାଇବ ।’

ଭିଡିଓରେ ବାପା ବ୍ୟକ୍ତି ଜଣଙ୍କ ଏକ ସ୍କୁଲ ବେଞ୍ଚରେ ତାଙ୍କ ଝିଅ ସହ ବସିଥିବା ଦେଖିବାକୁ ମିଳୁଛି । ଭିଡିଓଟି କୌଣସି ସରକାରୀ ସ୍କୁଲର ଭଳି ଜଣାପଡୁଛି । ହେଲେ ଭିଡିଓରେ ବ୍ୟକ୍ତି ଜଣଙ୍କ ତାଙ୍କ ଝିଅକୁ ନେଇ ମାଡାମଙ୍କୁ କରୁଥିବା ଅନୁରୋଧ ତାଙ୍କ ଅସହାୟତା, ଝିଅ ପ୍ରତି ସ୍ନେହ ଓ ମମତାକୁ ଦର୍ଶାଉଛି ।

ଶାନ୍ତ ପଡ଼ିଗଲା କ୍ଲାସ ରୁମ୍

ବ୍ୟକ୍ତି ଜଣଙ୍କ ଏତିକି କହିବା ପରେ ପୂରା କ୍ଲାସ ରୁମ୍ ଶାନ୍ତ ହୋଇ ଯାଇଥିଲା । କ୍ଲାସରେ ଥିବା ଛୋଟ ଛୋଟ ପିଲାମାନେ ମଧ୍ୟ ତାଙ୍କ ସାଙ୍ଗର ବାପାଙ୍କ କଥା ଶୁଣି ଭାବୁକ ହୋଇଯାଇଥିଲେ । କିଛି ପିଲାଙ୍କ ମନ ଉଦାସ ହୋଇଯାଇଥିବା ବେଳେ କିଛି ପିଲାଙ୍କ ଆଖିରେ ଲୁହ ଚାଲି ଆସିଥିଲା । କେବଳ ପିଲାମାନେ ନୁହଁନ୍ତି, ମାଡାମ ଜଣଙ୍କ ବି ବ୍ୟକ୍ତିଙ୍କ ଅସହାୟତା ଦେଖି ଭାବୁକ ହୋଇଯାଇଥିଲେ ।

ଭିଡିଓଟି ଭାଇରାଲ ହେବା ପରେ ଲୋକଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । ଜଣେ ୟୁଜର୍ସ ଲେଖିଛନ୍ତି, ବାପା କେବଳ ରକ୍ଷକ ନୁହେଁ ଦରକାର ପଡ଼ିଲେ ମାଆ ବି ହୋଇପାରେ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଯେତେବେଳେ ଜଣେ ବାପା ଭଲ ପାଇବା ଦେଇଥାନ୍ତି, ତାହା ସୁରକ୍ଷା କବଚ ହୋଇଯାଇଥାଏ । ଯାହା ପିଲାକୁ ସବୁଠାରୁ କଷ୍ଟ ସମୟରେ ବି ସୁରକ୍ଷା ଦେଇଥାଏ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ବାପା ଜଣଙ୍କ ଏକ ବଡ଼ ଶିକ୍ଷା ଦେଇଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ପ୍ରମାଣିତ କରୁଛି କି ଜଣେ ବାପାଙ୍କ ଭଲ ପାଇବା ପିଲାଙ୍କ ପାଇଁ କେମିତି ସବୁଠାରୁ ବଡ଼ ସୁରକ୍ଷା କବଚ ହୋଇପାରେ ।

Latest Posts

Don't Miss