spot_img

Latest Posts

ବାଂଲାଦେଶରେ ଓ ଭାରତ ମଧ୍ୟରେ ବଢିଲା ତିକ୍ତତା ; ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ଓ ଭାରତ ମଧ୍ୟରେ ବଢିଲା ତିକ୍ତତା। ନୂଆଦିଲ୍ଲୀ ଦୂତାବାସରେ ଭିସା ସେଣ୍ଟର ଓ କନସୁଲେଟରେ ଭିସା ସେବା ବନ୍ଦ କରି ଦେଇଛି ବାଂଲାଦେଶ। ଅନିବାର୍ଯ୍ୟ କାରଣରୁ ଭିସା ସେବା ବନ୍ଦ କରାଯାଇଥିବା ବାଂଲାଦେେଶ ପକ୍ଷରୁ କୁହାଯାଇଛି। ଏହା ଆଗରୁ ଚଟ୍ଟଗ୍ରାମରେ ଥିବା ଭିସା ସେଣ୍ଟରକୁ ବନ୍ଦ କରିଦେଇଥିଲା ଭାରତ। ଜଣେ ହିନ୍ଦୁ ଦୀପୁ ଦାସଙ୍କ ହତ୍ୟା କରାଯାଇଥିଲା। ଏହା ସହିତ ହିନ୍ଦୁଙ୍କୁ ବାଂଲାଦେଶରେ ଲଗାତର ଭାବେ ଆକ୍ରମଣ କରାଯାଉଛି। ହସିନା ସରକାରର ପତନ ପରେ ବିଗିଡ଼ିଛି ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସଂପର୍କ। ଏଇ କିଛି ଦିନ ହେଲା ବାଂଲାଦେଶରେ ପୁଣି ଅରାଜକତା ଦେଖା ଦେବା ପରେ ସ୍ଥିତି ଆହୁରି ସଂଗୀନ ହୋଇଛି। ଛାତ୍ର ନେତା ସରିଫ୍ ଉସମାନ ହାଦିଙ୍କୁ ଗୁଳି କରି ହତ୍ୟା କରିବା ପରେ ସ୍ଥିତି ବିଗିଡ଼ି ଯାଇଛି। ଗତକାଲି ଆଉ ଜଣେ ନେତା ବାଂଲାଦେଶର ନ୍ଯାସନାଲ ସିଟିଜେନ୍ସ ପାର୍ଟିର ମହମ୍ମଦ ମୋତାଲେବ ସିକଦରଙ୍କୁ ଗୁଳିମାଡ଼ ହୋଇଛି । ବାଂଲାଦେଶ ଜଳୁଛି, ସ୍ଥିତି ସୁଧୁରିବାର ନାଁ ନେଉନି।

Latest Posts

Don't Miss