ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଗୁନେଇବିଲି ଗାଁରେ ଗୋଠଛଡା ଦନ୍ତାର ଉତ୍ପାତ l ସ୍କୁଲ ପାଚେରୀ ଭାଙ୍ଗିବା ସହ ଗାଁରେ ଆତଙ୍କ ସୃଷ୍ଟି କରିଛି ଦନ୍ତା l ଦୁଇଦିନ ହେବ ଗୁନେଇବିଲି, ରାଙ୍କିଆ, ଭଏରପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି l ଦନ୍ତାଟି ନିକଟସ୍ଥ ଭାଲୁଖିଆ ପାହାଡ଼ରେ ରହୁଥିବାବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରେ ପଶି ବ୍ୟାପକ କ୍ଷତି କରୁଛି l ସକାଳୁ ହାଇସ୍କୁଲ ଫାଟକ ନିକଟରେ ବୁଲିବା ସହ ସ୍କୁଲ ପାଚେରୀକୁ ଭାଙ୍ଗିଦେଇଛି l ସେହିଭଳି ରାଙ୍କିଆ ମାଇନର ସ୍କୁଲର ପାଚେରୀ ମଧ୍ୟ ଭାଙ୍ଗିଦେଇଥିବା ଜଣାପଡ଼ିଛି। ଗାଁରେ ହାତୀ ବୁଲୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲେକେ। ।ବନବିଭାଗ ତୁରନ୍ତ ଗୋଠଛଡା ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l ତେବେ ଏହି ଗୋଠଛଡା ଦନ୍ତାଟି ଝାଡ଼ଖଣ୍ଡୀ ହାତୀ ହୋଇଥିବା ନେଇ ଜଣାପଡିଛି l

