କାନାଡାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ଗୁଳିମାରି ହତ୍ୟା
ନନ୍ଦିଘୋଷ ବ୍ୟୁରୋ: କାନାଡାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ବାହାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ଗୁଳିମାଡ଼ । ଘଟଣା ସ୍ଥଳରେ ଛାତ୍ରଙ୍କ ମୃତ୍ୟୁ । ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
ଘଟଣା ଅନୁଯାୟୀ ବିଶ୍ବବିଦ୍ୟାଳୟ ବାହାରେ ଛାତ୍ର ଜଣଙ୍କ ଛିଡା ହୋଇଥିବା ବେଳେ ଗୁଳିମାଡ଼ ହୋଇଥିଲା । ମୃତକ ଜଣକ ହେଲେ ୨୦ ବର୍ଷୀୟ ଡକ୍ଟରେଟ୍ ଛାତ୍ର ଶିବାଙ୍କ ଅବସ୍ଥି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଜନସାଧାରଣଙ୍କ ସାହାଯ୍ୟ ଲୋଡୁଛି । ଦୁର୍ବୃତ୍ତମାନେ କାହିଁକି ତାଙ୍କୁ ଆକ୍ରମଣ କଲେ ? ଏହା ପଛରେ କାହାର ହାତ ଅଛି? ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

