ବିଷ ବଳୟରେ ଓଡ଼ିଶା: ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ବାଲେଶ୍ବର ଏକ ନମ୍ବର
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ବାଲେଶ୍ଵରବାସୀଙ୍କୁ ଚମକାଇ ଦେଇଛି । ଗୁରୁବାର ପ୍ରକାଶିତ ଏହି ରିପୋର୍ଟରେ ପ୍ରଦୂଷଣରେ ସବୁଠାରୁ ଆଗରେ ରହିଛି ବାଲେଶ୍ବର । ଏୟାର କ୍ୱାଲିଟି ଇଣ୍ଡେକ୍ଟ ବା ବାୟୁ ଗୁଣବତ୍ତା ସୂଚକାଙ୍କରେ ସହରର ଦିଲ୍ଲୀକୁ ପଛରେ ପକାଇ ଦେଇଛି । ଜିଲ୍ଲାରେ ଧୂଳି, କଳକାରଖାନା, ବେଆଇନ ଇଟା ଭାଟି, କ୍ଷେତରେ ନଡ଼ା ଜାଳିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି ।
ଓଡ଼ିଶା ପବନରେ ବିଷ । ଦିଲ୍ଲୀକୁ ଟପିଲା ବାଲେଶ୍ବର ଏକ୍ୟୁଆଇ । ଦେଶରେ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ । ସିପିସିବିର ରିପୋର୍ଟ ବଢାଇଲା ଚିନ୍ତା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଓଡ଼ିଶାର ବାୟୁମଣ୍ଡଳ ସାରା ଦେଶରେ ଅଧିକ ପ୍ରଦୂଷିତ ସହର । ଏଠାକାର ବାୟୁର ୩୩୮ ଛୁଇଁଛି । ଯାହାକି ଅତି ନିମ୍ନମାନର । ଏଭଳି ପ୍ରଦୂଷିତ ପବନ ବିଶେଷ ଭାବେ ଶ୍ଵାସରୋଗୀଙ୍କ ସ୍ଥିତି ବିଗାଡ଼ି ପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ଭାରତର ୧୦ଟି ସର୍ବାଧିକ ବାୟୁ ପ୍ରଦୂଷିତ ସହର ତାଲିକାରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି ।
ବାୟୁ ପ୍ରଦୂଷଣରେ ବାଲେଶ୍ଵର ଦେଶର ପ୍ରଥମ ସ୍ଥାନରେ ଥିବାବେଳେ ତାଳଚେର ଦ୍ଵିତୀୟ ଓ ବାରିପଦା ୬ ସ୍ଥାନରେ ରହିଛି । ଦେଶର ୬ଟି ସହରରେ ବାୟୁର ମାନ ଅତି ନିମ୍ନସ୍ତରୀୟ ଲାଲ୍ ରଙ୍ଗରେ ଚିହ୍ନଟ କରାଯାଇଥିବାବେଳେ ଏଥିରେ ଓଡ଼ିଶାର ୩ଟି ସହର ରହିଛି । ଏକ୍ୟୁଆଇ ୩ ଶହରୁ ୪ଶହ ଭିତରେ ରହିଲେ ଏହାକୁ ଅତି ନିମ୍ନମାନର କୁହାଯାଇଥାଏ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ ।
ଶୀତ ଦିନରେ ସାଧାରଣତଃ ବାୟୁ ପ୍ରଦୂଷଣ ବଢ଼ିଥାଏ । କୁହୁଡ଼ି ଓ ଆଦ୍ରତା ଘନତ୍ୱ ପ୍ରଦୂଷଣର ଆଉ ଏକ କାରଣ । ବିଭିନ୍ନ ସ୍ଥାନରେ ରାସ୍ତା ମରାମତି, ଅତ୍ୟଧିକ ଯନବାହନ ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷିତ ହୋଇଥାଏ । ତେବେ ବାଲେଶ୍ୱରକୁ ଲାଗି ରହିଥିବା ବିସ୍ତିର୍ଣ୍ଣ ସମୁଦ୍ର ବେଳାଭୁମିରେ ସମୁଦ୍ର ଲବଣରୁ ମଏଶ୍ଚର ଫର୍ମେସନ୍ ବି ଅନ୍ୟ ଏକ କାରଣ । ୨୦୨୧ର ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲାର ବାୟୁରେ ଧୂଳିକଣାର ମାତ୍ରା ବର୍ଷକୁ ୩.୫୯ ମେଟ୍ରିକ୍ ଟନ୍ ରୋଡ଼ ଡଷ୍ଟରୁ ନିର୍ଗତ ହୋଇଥାଏ । ତେବେ ପ୍ରଦୂଷଣକୁ ନେଇ ଜିଲ୍ଲାପ୍ରଶାସନ ସହ ସମସ୍ତେ ନାଗରିକ ସଚେତନ ହେବା ଆବଶ୍ୟକତା ଥିବା କହିଛନ୍ତି ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଆଞ୍ଚଳିକ ଅଧିକାରୀ ମନମୋହନ ମୁର୍ମୁ କହିଛନ୍ତି ।

