spot_img

Latest Posts

ଜାନୁଆରୀ ୧ ତାରିଖରୁ ହେବାକୁ ଯାଉଛି ଏହି ୯ଟି ବଡ଼ ପରିବର୍ତ୍ତନ

ବର୍ଷ ୨୦୨୫ ଧୀରେଧୀରେ ସରିବାକୁ ଯାଉଥିବା ବେଳେ ନୂଆବର୍ଷ ୨୦୨୬ ପାଦ ଥାପିବ । ନୂଆବର୍ଷ ଆରମ୍ଭରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ । ଏଲପିଜି ଗ୍ୟାସ ଦର ଠାରୁ ଆରମ୍ଭ କରି ପ୍ୟାନ, ଆଧାର, ନୂଆ ପେ କମିସନ ପର୍ଯ୍ୟନ୍ତ ଅନେକ ନିୟମ ବଦଳିବ ।

୧- ଆଧାର କାର୍ଡ ଓ ପ୍ୟାନର ଲିଙ୍କ କରିବାର ତାରିଖ ଡିସେମ୍ବରେ ସମାପ୍ତ ହେବାକୁ ଯାଉଛି । ଯଦି ଆପଣମାନେ ଲିଙ୍କ କରିନଥିବେ, ତେବେ ଜାନୁଆରୀ ପହିଲାରୁ ତାହା ନିଷ୍କ୍ରିୟ ହୋଇଯିବ ।

୨- ବ୍ୟାଙ୍କ ୟୁପିଆଇ ଓ ଡିଜିଟାଲ ପେମେଣ୍ଟ ନିୟମ କଠୋର କରାଯାଉଛି । ଫ୍ରଡକୁ ରୋକିବା ପାଇଁ ସିମ ଭେରିଫିକେସନର ନିୟମକୁ କଡ଼ାକଡ଼ି କରାଯାଉଛି । ହ୍ବାଟସଆପ, ଟେଲିଗ୍ରାମ ଓ ସିଗନାଲ ପରି ଆପରେ ଠକାମିକୁ ରୋକିବାକୁ ପ୍ରୟାସ କରାଯାଉଛି ।

୩- ଏସବିଆଇ, ପିଏନବି ଓ ଏଚଡିଏଫସି ପରି ବ୍ୟାଙ୍କ ପକ୍ଷରୁ ଲୋନ ଦର କମ୍ କରାଯାଇଛି । ଏହା ଜାନୁଆରୀ ପହିଲାରୁ ଲାଗୁ ହେବ । ସେହିପରି ଏହି ତାରିଖରୁ ନୂଆ ସ୍ଥାୟୀ ଜମା ସୁଧ ହାର ମଧ୍ୟ ଲାଗୁ ହେଉଛି ।

୪- ବର୍ଷ ଆରମ୍ଭରୁ ଏଲପିଜି ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇଥାଏ । ଏଲପିଜି ଦାମରେ ହ୍ରାସ ମଧ୍ୟ ପରିଲକ୍ଷିତ ହୋଇପାରେ ।

୫- ତୈଳ କମ୍ପାନୀମାନେ ପ୍ରତି ମାସରେ ଏଲପିଜି ସହ ସିଏନଜି-ପିଏନଜି ଓ ଜେଟ ଫୁଏଲ (ଏଟିଏଫ) ଦାମ ପରିବର୍ତ୍ତନ କରିଥାନ୍ତି । ବର୍ଷ ଆରମ୍ଭରୁ ଏହି ସବୁ ଦାମରେ ପରିବର୍ତ୍ତନ ଘଟିପାରେ ।

୬- ନୂଆ ଆୟକର ଆକ୍ଟ ୨୦୨୫ ଜାନୁଆରୀ ୧ରୁ ପୂର୍ଣ୍ଣ ଭାବେ ଲାଗୁ ହେବ ନାହିଁ । ମାତ୍ର ସରକାର ଜାନୁଆରୀ ପର୍ଯ୍ୟନ୍ତ ନୂଆ ଆଇଟିଆର (ଟ୍ୟାକ୍ସ ରିଟର୍ଣ୍ଣ) ଫର୍ମ ଓ ନିୟମକୁ ନୋଟିଫାଇ କରିବେ, ଯାହାକି ଏପ୍ରିଲ ୨୦୨୬ ବା ଆର୍ଥିକ ବର୍ଷ ୨୦୨୬-୨୭ ଠାରୁ ଲାଗୁ ହେବ ।

୭- ସରକାର ୮ମ ବେତନ ଆୟୋଗ ଜାନୁଆରୀ ୧ରୁ ଲାଗୁ କରିବେ ବୋଲି ଆଶା କରାଯାଉଛି । ଡିସେମ୍ବର ୩୧ରେ ସପ୍ତମ ବେତନ ଆୟୋଗ ସମାପ୍ତ ହୋଇଯିବ ।

୮- ଉତ୍ତରପ୍ରଦେଶ ପରି ରାଜ୍ୟମାନଙ୍କରେ କିଷାନଙ୍କୁ ପିଏମ-କିଷାନ ଯୋଜନାର ଫାଇଦା ପାଇବାକୁ ୟୁନିକ କିଷାନ ଆଇଡିର ଆବଶ୍ୟକତା ପଡ଼ିବ ।

୯- ଜାନୁଆରୀ ୧ରୁ ଭାରତରେ ଅନେକ ପ୍ରମୁଖ ଅଟୋମୋବାଇଲ କମ୍ପାନୀମାନେ ନିଜର ଗାଡ଼ିର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । ନିସାନ, ବିଏମଡବ୍ଲ୍ୟୁ, ଜେଏସଡବ୍ଲ୍ୟୁ ଏମଜି ମୋଟର, ରେନଲ୍ଟ  ଏଥର ଏନର୍ଜି ଗାଡ଼ିର ଦାମରେ ୩ ହଜାର ଟଙ୍କାରୁ ଆରମ୍ଭ କରି ୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି । ଟାଟା ମୋଟର୍ସ ଓ ହୋଣ୍ଡା ପରି କମ୍ପାନୀମାନେ ବୃଦ୍ଧି ନେଇ ସଙ୍କେତ ଦେଇସାରିଛନ୍ତି ।

Latest Posts

Don't Miss