ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ। ଏହି ବୈଠକରେ ଦଳର ସବୁ ପ୍ରମୁଖ ନେତା ଯୋଗ ଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ସବୁ ବରିଷ୍ଠ ନେତା ଏଥିରେ ଯୋଗ ଦେଇଛନ୍ତି। ଦେଶର ପ୍ରମୁଖ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହୋଇଥିବାର ସମ୍ଭାବନା ଅଛି। ବିଶେଷ କରି MNREGA, ଏସଆଇଆର୍ ଓ ଭୋଟ୍ ଚୋରିକୁ ନେଇ ଜୋରଦାର ଆଲୋଚନା ହେବାର ଆଶା ଅଛି। ଏହି ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜନୈତିକ ରଣନୀତି ପ୍ରସ୍ତୁତ କରିପାରେ କଂଗ୍ରେସ। MNREGA ହେଉଛି ୟୁପିଏ ୱାନର ସବୁଠାରୁ ବଡ଼ ଯୋଜନା।
କିଛି ଦିନ ତଳଏ ଏହାକୁ ଅଚଳ କରିଦେଇଛନ୍ତି କେନ୍ଦ୍ର ସରକାର। ଲୋକଙ୍କ ଆଉ ୧୦୦ ଦିନର କାମ ଗ୍ୟାରେଣ୍ଟି ମିଳିବ ନାହିଁ। ଏହା ବିରୋଧରେ କଂଗ୍ରେସ ଯୁଦ୍ଧଂ ଦେହି ଡାକରା ଦେଇପାରେ। ସେହିପରି ଭୋଟ ଚୋରି ଓ SIR ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେଉଥିବା ଜଣାପଡ଼ିଛି। ବିହାର ପରାଜୟ ପରେ ଏହା ହେଉଛି ସିଡବ୍ଲୁସିର ପ୍ରଥମ ବୈଠକ। ଆଗକୁ ଆସାମ, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରିର ନିର୍ବାଚନ ଅଛି। ଏ ସଂପର୍କରେ ମଧ୍ୟ ଆଲୋଚନଚା କରାଯାଇ ପ୍ରସ୍ତୁତ ହେବ ରଣନୀତି।

