ଅଷ୍ଟଶମ୍ଭୁ ଅପେରାର ଖଳନାୟକ ନରେନ୍ଦ୍ର ଦାସ ଓରଫ ନଳୀଙ୍କ ଦେହାନ୍ତ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗାଁରେ ଅଷ୍ଟଶମ୍ଭୁ ଅପେରାର ନାଟକ ‘ସବୁ ବାଟ ମୋର ଏଇଠି ଶେଷ’ ପରିବେଷଣ କରାଯାଇଥିଲା । ଅଭିନୟ ପରେ ସକାଳୁ ନରେନ୍ଦ୍ର ଦାସଙ୍କ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ଦେହାନ୍ତରେ ଅଷ୍ଟଶମ୍ଭୁ ଅପେରା ପରିବାର, ସହକଳାକାର, ସାହିତ୍ୟ-ସଂସ୍କୃତି ପ୍ରେମୀ ଏବଂ ଅସଂଖ୍ୟ ଦର୍ଶକ ଗଭୀର ଶୋକ ପ୍ରକାଶ କରିଛନ୍ତି।

