spot_img

Latest Posts

ପ୍ରକାଶ ପାଇଲା ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି, ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ

ପ୍ରକାଶ ପାଇଲା ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି, ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ

ନନ୍ଦିଘୋଷ ବ୍ୟୁରୋ:  ଆଜି ପ୍ରକାଶ ପାଇଲା ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି । ଏଥିରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଯୁବ ଓ ଛାତ୍ର ନେତାଙ୍କୁ ସ୍ଥାନ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଅନୁମୋଦନରେ ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ ମିଳିଛି । ଆଗକୁ ସରକାରଙ୍କ ତ୍ରୁଟି ବିରୋଧରେ ସଂଗଠିତ ହୋଇ ଲଢିବା ଦିଗରେ ଏହି ଟିମ ଗୁଡ଼ିକ କାମ କରିବ । ଗତକାଲି ୧୧ ଜିଲ୍ଲାର ଜିଲ୍ଲାସ୍ତରୀୟ କମିଟିକୁ ମିଳିଥିଲା ନବୀନଙ୍କ ଅନୁମୋଦନ ।

ବିଜେଡି ରହିଛି ଓ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡ଼ିଶାବାସୀଙ୍କ ସ୍ବର ହୋଇ ରହିବ । ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ଏହି ଦୃଢୋକ୍ତି ପ୍ରକାଶ କରି ଦଳର ଭବିଷ୍ୟତ କଥା ସ୍ପଷ୍ଟ କରିଥିଲେ । ଏହା ପରେ ଗତକାଲି ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୁଳ, ମାଲକାନଗିରି, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ଦେବଗଡ଼ ପରି ୧୧ ଜିଲ୍ଲାର କମିଟି ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ । ଦଳର ସଂଗଠନକୁ ଆହୁରି ମଜବୁତ ଓ କ୍ରିୟାଶୀଳ କରିବାକୁ ଜିଲ୍ଲାସ୍ତରରେ ନେତାମାନଙ୍କୁ ଦାୟିତ୍ବ ଦେବା ପରେ ଯୁବ ଓ ଛାତ୍ର ବ୍ରିଗେଡକୁ ବି ନବୀନ କରିଛନ୍ତି ଶକ୍ତିଶାଳୀ । ଆଜି ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି । ୪ କାର୍ଯ୍ୟକାରୀ ସଭାପତି ଓଡ଼ିଶାର ବିଭିନ୍ନ ଦିଗରୁ ଆସିଛନ୍ତି. ଦୁଇଟି ମହାସଚିବ, ୧୪ ବରିଷ୍ଠ ଉପସଭାପତି, ୫୨ ଉପସଭାପତି, ୮୫ ସାଧାରଣ ସମ୍ପାଦକ ସହ ୧୬୦ ଜଣିଆ ରାଜ୍ୟସ୍ତରୀୟ ଯୁବ ଟିମ କରିଛି ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସରେ ଯୁବ ସମାଜକୁ ଦଳର ଅମୂଲ୍ୟ ସମ୍ପତ୍ତି ଭାବେ ଆଖ୍ୟା ଦେଇଥିଲେ ନବୀନ ପଟ୍ଟନାୟକ । ଓଡ଼ିଶା ଆଜି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ରାଜ୍ୟର ସ୍ବାର୍ଥକୁ ପଛରେ ସରକାର ପକାଉଥିବା ଅଭିଯୋଗ ହୋଇଛି । ନବୀନଙ୍କ ଯୁବକମାନେ ନବୀନ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣ ପାଇଁ ସଂଗ୍ରାମ କରିବେ ।

ସେପଟେ ୫ କାର୍ଯ୍ୟକାରୀ ସଭାପତି, ୨ ମହାସଚିବ, ୧୫ ବରିଷ୍ଠ ଉପସଭାପତି, ୩୩ ଉପସଭାପତି, ୮୮ ସାଧାରଣ ସମ୍ପାଦକଙ୍କୁ ନେଇ ୧୪୫ ଜଣିଆ ଛାତ୍ର ଟିମକୁ ମିଳିଛି ନବୀନଙ୍କ ଅନୁମୋଦନ । ସବୁ ଜିଲ୍ଲାର ପ୍ରତିନିଧିମାନଙ୍କୁ ଟିମରେ ରଖିବାକୁ ନବୀନଙ୍କ ନିର୍ଦ୍ଦେଶ ରହିଥିଲା । ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହଜାର ହଜାର ଛାତ୍ରଛାତ୍ରୀ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଆଗକୁ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସରକାରଙ୍କ ରାଜ୍ୟ ସ୍ବାର୍ଥ ବିରୋଧୀ କାମ ବିରୋଧରେ ଛାତ୍ର ବିଜେଡି ଲଢେଇ ଜାରି ରଖିବାକୁ ଶପଥ ନେଇଛି ।

ବିଜେଡିର ଲକ୍ଷ ଲକ୍ଷ କର୍ମୀଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ଗଭୀର ବିଶ୍ବାସ ଥିବା ନେଇ ଗତ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇଥିଲେ ନବୀନ ପଟ୍ଟନାୟକ । ବର୍ତ୍ତମାନର ଆହ୍ବାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ ବ୍ରତୀ ସେ ପରାମର୍ଶ ଦେଇଛନ୍ତି ।

Latest Posts

Don't Miss