ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ଘଟଣା। ଦୋଷୀସାବ୍ୟସ୍ତ କୁଳଦୀପ ସିଂ ସେଙ୍ଗରଙ୍କୁ ଦିଲ୍ଲୀ ହାଇକୋର୍ଟ ମୁକ୍ତ କରିବା ଘଟଣା। ହାଇକୋର୍ଟ ରାୟ ବିରୋଧରେ ଅପିଲ କରିଥିବା ସିବିଆଇ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେ.କେ. ମାହେଶ୍ବରୀ ଓ ଜଷ୍ଟିସ ଅଗଷ୍ଟାଇନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି। ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବିଜେପିର ପୂର୍ବତନ ବିଧାୟକ କୁଳୀଦପଙ୍କୁ ହାଇକୋର୍ଟ ଖଲାସ କରିବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ହାଇକୋର୍ଟ ରାୟକୁ ବିରୋଧ କରି ଆଡଭୋକେଟ ଅଞ୍ଜାଲେ ପଟେଲ ଓ ପୂଜା ଶିଳ୍ପକାରଙ୍କ ପକ୍ଷରୁ ଦାୟର ଏକ ପିଟିସନର ଶୁଣାଣି କରିବେ ଅଦାଲତ। ଗତ ଡିସେମ୍ବର ୨୩ରେ କୁଳଦୀପଙ୍କ ଆଜୀବନ କାରାଦଣ୍ଡକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରି ମୁକ୍ତ କରିଥିଲେ। ୭ ବର୍ଷ୫ ମାସ ଜେଲରେ କାଟି ଥିବାରୁ ତାଙ୍କୁ ମୁକ୍ତ କରାଗଲା ବୋଲି କହିଥିଲେ ହାଇକୋର୍ଟ। ଗତ ୨୬ ତାରିଖରେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରିଥିଲା ସିବିଆଇ। ୧ ଅଗଷ୍ଟ ୨୦୧୯ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ଉତ୍ତର ପ୍ରଦେଶର ଏକ ଟ୍ରାଏଲ କୋର୍ଟରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲା। ସେପଟେ ଉନ୍ନାଓ ପୀଡି଼ିତାଙ୍କ ଲାଗି ଦିଲ୍ଲୀରେ ବିକ୍ଷୋଭ କରିଛନ୍ତି ସାମାଜିକ କର୍ମୀ ଓ ସଂଗଠନ

