ନନ୍ଦିଘୋଷ ବ୍ୟୁରୋ: ମେକ୍ସିକୋରେ ଭୟଙ୍କର ଟ୍ରେନ ଦୁର୍ଘଟଣା। ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୯୮ ଯାତ୍ରୀ ଆହତ ହୋଇଛନ୍ତି। ମେକ୍ସିକୋର ଦକ୍ଷିଣ ପଶ୍ଚିମ ଅଂଚଳର ନିଜାଣ୍ଡା ସହର ନିକଟରେ ଲାଇନଚ୍ୟୁତ ହୋଇପଡିଥିଲା ଏକ ଯାତ୍ରୀବାହୀ ଟ୍ରେନ। ଟ୍ରେନରେ ନଅ ଜଣ କ୍ରୁ ସଦସ୍ୟ ଏବଂ ୨୪୧ ଜଣ ଯାତ୍ରୀ ସମେତ ମୋଟ ୨୫୦ ଜଣ ଥିଲେ। ଆହତମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
ମୃତକଙ୍କ ପରିବାରକୁ ସହାୟତା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ମେକ୍ସିକୋର ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

