spot_img

Latest Posts

ନୂଆବର୍ଷରୁ ବନ୍ଦ ହୋଇଯିବ ଡାକ୍ତରୀ ସେବା ! ସମ୍ପୂର୍ଣ୍ଣ ଅସହଯୋଗ ପାଇଁ ଓମସାର ଚେତାବନୀ

ନୂଆବର୍ଷରୁ ବନ୍ଦ ହୋଇଯିବ ଡାକ୍ତରୀ ସେବା ! ସମ୍ପୂର୍ଣ୍ଣ ଅସହଯୋଗ ପାଇଁ ଓମସାର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଆବଶ୍ୟକ ପଡ଼ିଲେ ନୂଆବର୍ଷରୁ ବନ୍ଦ ହୋଇପାରେ ଡାକ୍ତରୀ ସେବା । ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନ ନେଲେ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ଓମସା ପକ୍ଷରୁ ଦିଆଯାଇଛି ଚେତାବନୀ । ଏନେଇ ଆଜି ବସିବ ଓମସାର ରାଜ୍ୟସ୍ତରୀୟ ବୈଠକ । ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଗତ ଡିସେମ୍ବର ୨୬ରୁ ସକାଳ ୧୦ରୁ ୧୧ ଯାଏଁ ସମସ୍ତ ସରକାରୀ ହସ୍ପିଟାଲର ଓପିଡି ବନ୍ଦ ରଖୁଛନ୍ତି ଡାକ୍ତର ।

ସେପଟେ ଦାବି ଉପରେ ତର୍ଜମା କରିବାକୁ ସରକାର ଗଠନ କରିଛନ୍ତି ଅନ୍ତର୍ବିଭାଗୀୟ କମିଟି । ହେଲେ ଏଯାଏଁ ବୈଠକ ବସିଲାନି । ଖାଲି ପଡ଼ିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ, କେନ୍ଦ୍ରୀୟ ହାରରେ ବେତନ, କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତରଙ୍କୁ ତୁରନ୍ତ ପ୍ରଚଳିତ ଡିଏସିପି, ପିଜି ପ୍ରୋତ୍ସାହନ ରାଶି, ପିବିଆଇ, ସ୍ବଚ୍ଛ ବଦଳି ନୀତି, କେବିକେରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ ବଦଳି ପରି ଦାବି ରଖିଛି ଓମସା ।

୬୦ ପ୍ରତିଶତ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ଖାଲି ରହିଛି । ମଞ୍ଜୁରୀ ପ୍ରାପ୍ତ ୧୫ ହଜାର ୭୭୪ରୁ ଖାଲି ପଡିଛି ୯ ହଜାର ୫୦୩ ଡାକ୍ତର ପଦବୀ । କାର୍ଯ୍ୟରତ ଅଛନ୍ତି ୬ ହଜାର ୨୭୧ ଡାକ୍ତର । ଏହି ୬ ହଜାର ୨୭୧ ଭିତରୁ ୧୧୩୫ ଠିକା ନିଯୁକ୍ତି ପାଇଛନ୍ତି । ଆଡହକରେ ୧୯ ଜଣ, ଡିଏମଏଫରେ ୧୧୦, କର୍ପସ ଫଣ୍ଡରେ ୪ ଜଣ ଡାକ୍ତର ଅଛନ୍ତି । ସ୍ଥାୟୀ ନିଯୁକ୍ତିରେ ଅଛନ୍ତି ମାତ୍ର ୫ ହଜାର ୩ ଜଣ ଡାକ୍ତର । ୫ ହଜାର ୨୪୮ ଡାକ୍ତର ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରାଯାଇଛି ।

Latest Posts

Don't Miss