spot_img

Latest Posts

ପ୍ରିୟଙ୍କା ଗାନ୍ଧିଙ୍କ ପୁଅ ରେହାନଙ୍କ ସରିଲା ନିର୍ବନ୍ଧ, ଶୀଘ୍ର ବାଜିବାକୁ ଯାଉଛି ଶାହାନାଇ

ପ୍ରିୟଙ୍କା ଗାନ୍ଧିଙ୍କ ପୁଅ ରେହାନଙ୍କ ସରିଲା ନିର୍ବନ୍ଧ, ଶୀଘ୍ର ବାଜିବାକୁ ଯାଉଛି ଶାହାନାଇ

ନନ୍ଦିଘୋଷ ବ୍ୟୁରୋ: ଭାରତର ରାଜନୀତିରେ ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଗାନ୍ଧି ପରିବାରରେ ବିବାହ ଶାହାନାଇ ବାଜିବାକୁ ଯାଉଛି । କଂଗ୍ରେସ ମହାସଚିବ ତଥା କେରଳ ଓ୍ବାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରୋବର୍ଟ ଭଦ୍ରାଙ୍କ ପୁଅ ରେହାନ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ରେହାନଙ୍କ ନିର୍ବନ୍ଧ ହୋଇଯାଇଛି । ରେହାନ ତାଙ୍କ ପ୍ରେମିକା ଅଭିବା ବେଗଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ ରେହାନ ଏବଂ ଅଭିବା ଗତ ୭ ବର୍ଷ ହେଲା ରିଲେଶନସିପରେ ଥିଲେ । ନିକଟରେ ରେହାନ ଅଭିବାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ବିବାହ ପାଇଁ ଉଭୟଙ୍କ ପରିବାର ସହମତି ଦେଇ ସାରିଛନ୍ତି । ଦୁଇ ପରିବାରର ସହମତି ପରେ ନିର୍ବନ୍ଧ ହୋଇଯାଇଛି । ଆଉ ଏହି କାର୍ଯ୍ୟକ୍ରମ ଦୁଇ ପରିବାରର ଲୋକଙ୍କ ସହ କିଛି ଅତି ନିକଟତର ଲୋକ ଉପସ୍ଥିତ ଥିଲେ ।

ଅଭିବାଙ୍କ ପରିବାର ଦିଲ୍ଲୀରେ ରୁହନ୍ତି । ସୂଚନାଯୋଗ୍ୟ, ୨୪ ବର୍ଷିୟ ରେହାନ ଜଣେ ଇଷ୍ଟଲେସନ ଓ ଭିଜୁଆଲ ଆର୍ଟିଷ୍ଟ ।ଜଡାର୍କ ପର୍ସେପଶନ ନାମକ ଏକ ସୋଲୋ ପଦର୍ଶନୀ କରି ସାରିଛନ୍ତି । ଏହାସହ ସେ ନେଚର ଫଟୋଗ୍ରାଫି ଓ ଟ୍ରାଭଲିଂରେ ମଧ୍ୟ ରୁଚି ରଖନ୍ତି ।

କଳା ଓ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ରହୁଥିବା ରେହନ ରାଜନୀତି ଓ ଲାଇମଲାଇଟରୁ ସବୁ ବେଳେ ଦୂରରେ ରହିବାକୁ ଭଲ ପାଇଥାନ୍ତି । ସେ ତାଙ୍କ ପ୍ରାରମ୍ଭିକ ପାଠପଢ଼ା ଦିଲ୍ଲୀରେ ପଢ଼ିବା ପରେ ଡେରାଡୁନ ଓ ଲଣ୍ଡନରେ ପଢ଼ିଛନ୍ତି ।

Latest Posts

Don't Miss