ନନ୍ଦିଘୋଷ ବ୍ୟୁରୋ: ବଦଳିଲା କ୍ୟାଲେଣ୍ଡର । ନୂଆ ଆଶା ନୂଆ ଉଦ୍ଦିପନା ନେଇ ଆସିଛି ନୂତନ ବର୍ଷ ୨୦୨୬ । ନୂଆବର୍ଷକୁ ସ୍ବାଗତ କରିବା ସହ ପୁରୁଣା ବର୍ଷ ୨୦୨୫କୁ ବିଦାୟ ଦିଆଯାଇଛି । ନୂଆବର୍ଷର ପ୍ରଥମ କିରଣକୁ ମୋବାଇଲ କ୍ୟାମେରାରେ ସାଇତି ରଖିଛନ୍ତି ଲୋକେ । ସମସ୍ତେ ରାଗ, ହିଂସା, ଶତୃତାକୁ ଭୁଲି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି । ନୂତନ ବର୍ଷକୁ ସ୍ମରଣୀୟ କରିବା ପାଇଁ କିଏ ଭୋଜି ଭାତର ଆସରରେ ମଜି ଯାଇଛନ୍ତିତ ଆଉ କିଏ ମନ୍ଦିର ଯାଇ ବର୍ଷର ଆରମ୍ଭ କରିଛନ୍ତି ।
ଏହି ଅବସରରେ ପୁରୀରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରୀମନ୍ଦିର ସହ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ଅମନିଆଙ୍କ ଉପରେ କଡା ନଜର ରଖିଛି ପୋଲିସ । ମଦ୍ୟପାନ କରି ଗାଡି ଚଳାଇବାକୁ ବାରଣ କରାଯିବା ସହ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେନେଇ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

