spot_img

Latest Posts

ନୂଆବର୍ଷ ଆରମ୍ଭରୁ ମହଙ୍ଗା ମାଡ, ବଢିଲା ଗ୍ୟାସ ସିଲିଣ୍ଡର ଦର

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ଦେଶବାସୀଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ବଢିଲା ଗ୍ୟାସ ଦର ।ସରକାର 19 କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୧ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ବୃଦ୍ଧି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି କରିବ। ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୬୯୧.୫୦ଟଙ୍କା ହେବ ଯାହା ୧୫୮୦.୫୦ଟଙ୍କାରୁ ବୃଦ୍ଧି ପାଇଛି। କୋଲକାତାରେ ଏହା ଏବେ ୧୭୯୫.୦୦ ହେବ ଯାହା ୧୬୮୪ ରୁ ହ୍ରାସ ପାଇଛି । ମୁମ୍ବାଇରେ ଏହା ୧୫୩୧ ରୁ ବୃଦ୍ଧି ପାଇ ୧୬୪୨.୫୦ ହେବ। ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି।  ଦେଶର ଅଧିକାଂଶ ସହରରେ ରନ୍ଧନ ଗ୍ୟାସର ମୂଲ୍ୟ ₹୮୫୦ ରୁ ₹୯୬୦ ମଧ୍ୟରେ ରହିଛି। ବର୍ତ୍ତମାନ ଦିଲ୍ଲୀରେ ଏକ ଘରୋଇ ଏଲପିଜି ସିଲିଣ୍ଡର ₹୮୫୩, ମୁମ୍ବାଇରେ ₹୮୫୨.୫୦, ଲକ୍ଷ୍ନୌରେ ₹୮୯୦.୫୦ ଅହମ୍ମଦାବାଦରେ ₹୮୬୦, ହାଇଦ୍ରାବାଦରେ ₹୯୦୫, ବାରାଣସୀରେ ₹୯୧୬.୫୦ ଏବଂ ପାଟନାରେ ₹୯୫୧ ରେ ଉପଲବ୍ଧ।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ ଏବେ ପାଟନାରେ ୧୯୫୩.୫୦ ଟଙ୍କାରେ, ନୋଏଡାରେ ୧୬୯୧ ଟଙ୍କାରେ, ଲକ୍ଷ୍ନୌରେ ୧୮୧୪ ଟଙ୍କାରେ, ଭୋପାଳରେ ୧୬୯୬ ଟଙ୍କାରେ ଏବଂ ଗୁରୁଗ୍ରାମରେ ୧୭୦୮.୫୦ ଟଙ୍କାରେ ୧୯ କିଲୋଗ୍ରାମ ସିଲିଣ୍ଡର ଉପଲବ୍ଧ ହେବ।

ଏଲପିଜି ସିଲିଣ୍ଡର ମୂଲ୍ୟ ଅନେକ କାରଣ ଉପରେ ନିର୍ଭର କରେ। ପ୍ରଥମତଃ ଏହା ଆମଦାନୀ ସମାନତା ମୂଲ୍ୟ (IPP) ଉପରେ ଆଧାରିତ, ଯେଉଁଥିରେ ଆନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ, ଡଲାର-ଟଙ୍କା ବିନିମୟ ହାର ଏବଂ ମାଲ ପରିବହନ, ବୀମା ଏବଂ ଟିକସ ଭଳି ଖର୍ଚ୍ଚ ଅନ୍ତର୍ଭୁକ୍ତ। ଟିକସ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ରାଜ୍ୟ ଅନୁସାରେ ଭିନ୍ନ, ଯାହା ଫଳରେ ରାଜ୍ୟ ମଧ୍ୟରେ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ଦେଖାଯାଏ।

Latest Posts

Don't Miss