spot_img

Latest Posts

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ନବମ ଦିନ

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ନବମ ଦିନ । ମହାରାଜା କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା । ଦେଖିବା ପାଇଁ ଆମନ୍ତ୍ରୀତ କରିଛନ୍ତି ଭଣଜା କୃଷ୍ଣ ବଳରାମଙ୍କୁ । ତେବେ ଗତକାଲି କଂସଙ୍କ ଚିଟାଉ ନେଇ ଅକ୍ରୁର ଯମୁନା ପାରିହେବା ବେଳେ ବାଲିରେ କୃଷ୍ଣପାଦ ଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଛନ୍ତି । ଏପଟେ ଶ୍ରୀକୃଷ୍ଣ ଗୋଟିଏ ପରେ ଗୋଟିଏ ଲୀଳା କରିଚାଲିଛନ୍ତି । କେତେ ବେଳେ କୋଳି ଖାଉଛନ୍ତି ତ କେତେ ବେଳେ କଂସଙ୍କ ପ୍ରେରିତ ବିଷଧର ସର୍ପ ଶଙ୍ଖଚୁଡ଼କୁ ଉଦ୍ଧାର କରିଛନ୍ତି । ସେହିପରି କ୍ରୋଧିତ ଇନ୍ଦ୍ରର ବର୍ଷାରୁ ଗୋପପୁରବାସୀଙ୍କୁ ରକ୍ଷାକରିବା ପାଇଁ ଗିରିଗୋବର୍ଦ୍ଧନ ଧାରଣ କରିଛନ୍ତି ଶ୍ରୀକୃଷ୍ଣ । ବୃଦ୍ଧ ଅନ୍ଧ ବ୍ରାହ୍ମଣଙ୍କୁ ଚକ୍ଷୁଦାନ କରି ଗୋପପୁରବାସୀଙ୍କୁ ଆଚମ୍ବିତ କରିଛନ୍ତି । ସାରା ଗୋପପୁର ହୋଇଛି କୃଷ୍ଣମୟ ।

ମଥୁରାରେ ମହାରାଜା କଂସ ଦିଗବିଜୟରେ ବାହାରି ଥିବା ବେଳେ ସ୍ୱର୍ଗପୁରୀକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିଛନ୍ତି । ଏହି ଖୁସୀରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ରାଜଦରବାରରେ ନୃତ୍ୟଗୀତର ଆୟୋଜନ ହୋଇଥିଲା । ସେହି ଦୈବ ବାଣୀ ମହାରାଜ କଂସଙ୍କୁ ବ୍ୟଥିତ କରୁଥିବା ବେଳେ ଅପେକ୍ଷା କରି ରହିଛନ୍ତି ଅକ୍ରୁରଙ୍କ ଆସିବା ବାଟକୁ । ଧନୁଯାତ୍ରାର ନବମ ଦିନରେ ମହାରାଜା କଂସଙ୍କ ନଗର ଭ୍ରମଣ । ଆମ୍ରବନରେ ଆରାଧନାରତ ଋଷିମୁନିଙ୍କ ଉପରେ ଅତ୍ୟାଚାର, ରୁଦ୍ରଶୁକ ପ୍ରାପ୍ତି, ଶିବ ତାଣ୍ଡବ,ଏବଂ ଗୋପପୁରରେ କୃଷ୍ଣବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୁରଙ୍କ ମଥୁରା ପ୍ରତ୍ୟାବର୍ତ୍ତନ ଦୃଶ୍ୟ ଅଭିନୀତ ହେବ ।

Latest Posts

Don't Miss