ବର୍ଷ ବର୍ଷ ଧରି ବକେୟା ପଡିଛି କୋଟି କୋଟି ଟିକସ । କାର୍ଯ୍ୟାନୁଷ୍ଠାନ ନେଇ ପାରୁନି ପାରଳା ପୈାର ପରିଷଦ। କାଉନସିଲ ବୈଠକରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଭିନ୍ନ ଭିନ୍ନ ମତ କାରଣରୁ କୈଣଶି ନିଷ୍ପତ୍ତି ନିଆଯାଇ ପାରୁନଥିବା ଅଭିଯୋଗ ହୋଇଛି । ପରୋକ୍ଷରେ ଟିକସ ବକେୟା ରଖୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସୋହନ ଦିଆ ଯାଉଛି । ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଧାପାନ୍ତରିଆ ଭାବେ ପଡି ରହୁଛି। ସହରର ଅନେକାଂଶ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଉପରେ ଥିବା ଅନାଦେୟ ହୋଲଡିଂ ଟ୍ୟାକ୍ସ ବକେୟା ବଢ଼ି ବଢ଼ି ଚାଲିଛି। ରାଜସ୍ବ ଆଦାୟ ହେଉ ନଥିବା ଯୋଗୁ ସହରର ବିକାଶରେ ବାଧକ ସାଜିଛି ।
ପାରଳାଖେମୁଣ୍ଡି ପୈାର ପରିଷଦ, ଓଡ଼ିଶାର ଦ୍ବିତୀୟ ପୁରାତନ ପୈାର ପରିଷଦ ହୋଇଥିବା ବେଳେ ୮ ହଜାରରୁ ଉର୍ଦ୍ଧ୍ବ ଘର ଓ ଅନୁଷ୍ଠାନ ରହିଛି। ଦିନକୁ ଦିନ ସହର ଦୃତ ଗତିରେ ବୃଦ୍ଧି ପାଉଛି । କିନ୍ତୁ ସେହି ଅନୁପାତରେ ଆଦାୟ ହେଉନି ରାଜସ୍ୱ । ଏତେ ବଡ ସହରରେ ଟିକସ ଆଦାୟ ପାଇଁ ମାତ୍ର ଦୁଇଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଫଳରେ ଆଶାନୁରୂପକ ଟିକସ ଆଦାୟ ହୋଇ ପାରୁନଥିବା ବେଳେ ଲକ୍ଷ ହାସଲରେ ବହୁ ପଛରେ ରହିଛି ପୈର ପ୍ରଶାସନ। ୨୦୨୨ ରେ ୭୩ ଲକ୍ଷ୍ୟ , ୨୦୨୩ରେ ୯୨ ଲକ୍ଷ , ୨୦୨୪ ରେ ୯୫ ଲକ୍ଷ ଆଉ ଚଳିତ ବର୍ଷ ବର୍ତ୍ତମାନ ସୁଧା ମାତ୍ର ୭୦ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ତେବେ ବକେୟା ରଖିଥିବା ଅନୁଷ୍ଠାନ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ପ୍ରଶାସନର ପାତର ଅନ୍ତର ନୀତି ବୋଲି ଅଭିଯୋଗ କରିଛନ୍ତି ନୋଟିସ୍ ପାଇଥିବା ବ୍ୟବସାୟୀ । ବକେୟା ଟିକସ ଆଦାୟ ନିମନ୍ତେ ପୈାର ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ପୁଣି ସାଲିସ କରି ଦିନ ଗଡାଇ ଚାଲୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

