ଆଜି କାଶ୍ମୀରର ଉରି ଠାରେ ଘଟିଛି ବଡ ଅଘଟଣ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକେ । ମିଳିଥିବା ସୂଚନାନୁଯାୟୀ, ଆଜି ଅପରାହ୍ନରେ କାଶ୍ମୀରର ଶ୍ରୀନଗର-ବାରାମୁଲା ଜାତୀୟ ରାଜପଥରେ ଅଚାନକ ପାହାଡ ଉପରୁ ପଥର ଖସିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା । ଉପରୁ ପାହାଡ ଖସିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଭୟରେ ଏଣେ ତେଣେ ଦୌଡିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଯେଉଁଥିରେ ଦେଖାଯାଇଛି ଯେ କିପରି ଭୂସ୍ଖଳନ ଯୋଗୁଁ ପାହାଡ ଉପରୁ ପଥର ଖସି ରାସ୍ତା ଜାମ ହୋଇଯାଇଥିଲା । ଆଉ ଶ୍ରୀନଗର-ବାରାମୁଲା ଜାତୀୟ ରାଜପଥ ନିକଟରେ ଥିବା ଇକୋ ପାର୍କ ସ୍ଥାନରେ ଯାତାୟାତ ପୁରାପୁରି ଠପ୍ ହୋଇଯାଇଥିଲା । କାଶ୍ମୀରରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଣଥିଲେ । ତେବେ ଘଟଣାସ୍ଥଳରେ ଥିବା ଲୋକଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । କିନ୍ତୁ ଭୂସ୍ଖଳନ ଯୋଗୁଁ ଏବେ ବି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଥିବା ସୂଚନା ମିଳିଛି । କାରଣ ଏବେ ବି ପାହାଡ ଉପରୁ ପଥର ଖଣ୍ଡ ଖସୁଥିବା ନେଇ ସୂଚନା ମିଳୁଛି । କାରଣ ସେଠାରେ ପ୍ରବଳ ମାତ୍ରାରେ ତୁଷାରପାତ ହେଊଥିବାରୁ କାଶ୍ମୀରକୁ ଜାମ୍ମୁ ସହ ସଂଯୋଗ କରୁଥିବା ମୁଗଲରୋଡ ଓ ସିଂଥନ ଟାଁପ ରୋଡ ବନ୍ଦ ହୋଇପଡିଛି । ଟ୍ରାଫିକ ପୋଲିସଙ୍କ କହିବାନୁଯାୟୀ, ପ୍ରବଳ ତୁଷାରପାତ ଯୋଗୁଁ ମୁଗଲରୋଡ ଓ ସିଂଥନ ଟାଁପ ରୋଡକୁ ବନ୍ଦ କରାଯାଇଛି । ସେପଟେ ଲୋକଙ୍କୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି ଯେ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ରୂପେ ଠିକ୍ ନ ହୋଇଛି ସେ ଯାଏଁ ଗାଡି ଚଳାଚଳ ବନ୍ଦ ରହିବ । ତୁଷାରପାତ କମିଲେ ଯାତାୟାତ ପାଇଁ ରାସ୍ତାଗୁଡିକୁ ଖୋଲାଯିବ ।

