spot_img

Latest Posts

ଓଡ଼ିଶା କଂଗ୍ରେସର ହେବ ଜାନକୀକରଣ: ଜନ୍ମ ଶତବାର୍ଷିକୀ ଦିବସରେ ପଡ଼ିବ ମୂଳଦୁଆ

ଓଡ଼ିଶା କଂଗ୍ରେସର ହେବ ଜାନକୀକରଣ । ଜନ୍ମ ଶତବାର୍ଷିକୀ ଦିବସରେ ପଡ଼ିବ ମୂଳଦୁଆ । ନିରଞ୍ଜନ କହିଲେ, ଅନୁପ୍ରାଣିତ ହେଲେ ଭଲ । କାଡାମ ଓ ଜୟଦେବ ମିଳାଇଲେ ସ୍ବର । ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ l ଅଶୀ ଦଶକରେ ଓଡ଼ିଶା କଂଗ୍ରେସର ଥିଲେ ଚାଣକ୍ୟ। ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହି ଓଡ଼ିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସ୍ଥିର ସରକାର ଦେଇଥିଲେ। ଗୋଷ୍ଠୀ କନ୍ଦଳ ଓ ଦୁର୍ବଳ ସଙ୍ଗଠନ ଭିତରେ ଦଳକୁ କିପରି ସଶକ୍ତ କରାଯାଏ, ସେ ଫର୍ମୁଲା ତାଙ୍କୁ ବେଶ ଜଣା। ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ମଜବୁତ କରି ଶାସନ ଡୋରି ଧରିଥିଲେ ଜାନକୀ। ତାଙ୍କ ସମୟ ଥିଲା ରାଜ୍ୟ କଂଗ୍ରେସ ପାଇଁ ଗୋଲଡେନ ସମୟ। ତାଙ୍କ ପରେ ଆଉ ଉଧାଉନି କଂଗ୍ରେସ ସଙ୍ଗଠନ। ତେଣୁ ରାଜ୍ୟ କଂଗ୍ରେସ ଏବେ ଜାନକୀ ନୀତିରେ ଅନୁପ୍ରାଣିତ ହେବାକୁ ଅଣ୍ଟା ଭିଡିଛି। ଆସନ୍ତାକାଲି ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ଏହାର ମୂଳଦୁଆ ପକାଇବ କଂଗ୍ରେସ। ଶତବାର୍ଷିକ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ଦୁର୍ବଳ ଅଛି। ତେଣୁ ରାଜ୍ୟ କଂଗ୍ରେସ ଯଦି ଜାନକୀଙ୍କ ନୀତିକୁ ଆପଣାଇବ, ତାହେଲେ ଦଳ ପାଇଁ ଭଲ ହେବ।

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାରେ ହୋଇଥିବା ବିକାଶକୁ ରାଜ୍ୟ କଂଗ୍ରେସ ଏବେ ଜୋରଦାର କରିବ ପ୍ରଚାର ପ୍ରସାର। ଦଳର ବରିଷ୍ଠ ନେତାଙ୍କ ଯୁକ୍ତି, ଜାନକୀଙ୍କ ଶାସନ ସମୟରେ ଆଗେଇଥିଲା ଶିଳ୍ପ କ୍ଷେତ୍ର। ଜଣେ ବିଚକ୍ଷଣ ନେତା ହେବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାର କଳା ତାଙ୍କୁ ବେଶ ଜଣାଥିଲା। ତେଣୁ ସମସ୍ତେ ଏକ ହୋଇ ଆଗକୁ ବଢ଼ିବା ଦରକାର ବୋଲି ମତ ରଖିଛନ୍ତି ଦଳୀୟ ନେତା। ଦୀର୍ଘ ୨୫ ବର୍ଷ ଧରି କ୍ଷମତା ବାହାରେ ରହିଛି ରାଜ୍ୟ କଂଗ୍ରେସ। ତେଣୁ ଦଳକୁ କିପରି ସଶକ୍ତ କରାଯିବ ସେନେଇ ଜୋରଦାର ଲାଗିଛନ୍ତି ନେତା। ଏବେ ଓଡ଼ିଶା କଂଗ୍ରେସକୁ ଜାନକୀକରଣ ପ୍ରକ୍ରିୟା ସଞ୍ଜୀବନୀ ସାଜିବ ନା ନାହିଁ ତାକୁ ଅପେକ୍ଷା।

Latest Posts

Don't Miss