spot_img

Latest Posts

ଢେଙ୍କାନାଳ ନିମିଧା ଖଣି ବିସ୍ଫୋରଣ ଘଟଣା ; ଏବେବି ଖଣି ଭିତରେ ୨ଟି ମୃତଦେହ

ଢେଙ୍କାନାଳ: ଢେଙ୍କାନାଳ ନିମିଧା ରୋଡ୍ ଖଣିରେ ଆଜି ପୁଣି ଉଦ୍ଧାର କାର୍ଯ୍ୟ କରାଯିବ। ଡୋଲୋମାଇଟ ଖଣି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଆଉ ଦୁଇଟି ମୃତଦେହ ଏବେ ମଧ୍ୟ ଖଣି ଭିତରେ ରହି ଯାଇଛି। ଆଜି ସେହି ଦୁଇ ମୃତଦେହକୁ ବାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯିବ। ସେପଟେ ବେଆଇନ ଖଣିକୁ ସିଲ୍ କରି ପୋଲିସ ତଦନ୍ତ ଚଳାଇଛି ।

ଏହି ଖଣିର ଲାଇସେନ୍ସ ଡିସେମ୍ଵର ୩୦ରୁ ସରିଥିଲେ ମଧ୍ୟ ବେଆଇନ ଭାବେ ଖନନ ଚାଲିଥିଲା। ବ୍ଲାଷ୍ଟ ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସେଠାରେ ଦେଖା ଦେଇଛି ପ୍ରବଳ ଉତ୍ତେଜନା। ବ୍ୟାପକ ପୋଲିସ ମୁତୟନ କରାଯାଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୁରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Latest Posts

Don't Miss