ନନ୍ଦିଘୋଷ ବ୍ୟୁରୋ : କୁମ୍ଭୀର ଗଣନା ପାଇଁ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ବନ୍ଦ ରହିବ । ଭିତରକନିକାର ନଦୀ, ନାଳରେ ବଉଳା କୁମ୍ଭୀର ଗଣନା ହେବ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି। ଚଳିତ ଡ୍ରୋନ ବ୍ୟବହାର କରି ୧୦ ଦିନ ପରିବର୍ତ୍ତେ ୩ ଦିନରେ ଏହି କାମକୁ ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏଥର ବି ଡ୍ରୋନ ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡ଼ିଛି। ଆଗର ପୁରୁଣା ପଦ୍ଧତିରେ ହୁଲି ଡଙ୍ଗା ସାହାଯ୍ୟରେ କରାଯାଉଛି କୁମ୍ଭୀର ଗଣନା।

