ନନ୍ଦିଘୋଷ ବ୍ୟୁରୋ : ପୁରୀର କୌଣସି ଭକ୍ତ ନିବାସରେ ଚାରି ଚକିଆ ଗାଡ଼ି ରଖିଲେ ଦେବାକୁ ପଡ଼ିବ ୫୦୦ ଟଙ୍କାର ପାର୍କିଂ ଫି। ୨୪ ଘଣ୍ଟା ପାଇଁ ଦେବାକୁ ପଡ଼ିବ ୫୦୦ ଟଙ୍କା। ଏଥିରେ ଜିଏସଟି ବି ସାମିଲ ରହିଛି। ଆସନ୍ତା ୭ ତାରିଖରୁ ତାହା ଲାଗୁ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତ ନିବାସ ଅଛି। ସେଠାରେ ଯଦି ପାର୍କିଂ କରିବେ, ତେବେ ୨୪ ଘଣ୍ଟା ପାଇଁ ଦେବାକୁ ପଡ଼ିବ ୫୦୦ ଟଙ୍କା। ତେବେ ଏ ନିଷ୍ପତ୍ତି ସଂପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଭକ୍ତ ନିବାସ ଭଳି ସ୍ଥାନରୁ ଏତେ ପାର୍କିଂ ଫି କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

