spot_img

Latest Posts

ଆମେରିକାରୁ ଭାରତକୁ ଆସିଲା ଡାକରା, ବିରଳ ମୂର୍ତ୍ତିକା ଉପରେ ଶେଷ ହେବ ଚୀନର ଦବଦବା

ଆମେରିକାରୁ ଭାରତକୁ ଆସିଲା ଡାକରା, ବିରଳ ମୂର୍ତ୍ତିକା ଉପରେ ଶେଷ ହେବ ଚୀନର ଦବଦବା

ନନ୍ଦିଘୋଷ ବ୍ୟୁର: ଆଜିର ଦିନରେ ସ୍ମାର୍ଟଫଷାନଠାରୁ ଆରମ୍ଭ କରି ଦେଶ ସୁରକ୍ଷାରେ ମୁତୟନ ଫାଇଟର ଜେଟ୍, ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ରିଟିକାଲ ମିନେରାଲ ଅର୍ଥାତ ରେୟର ଅର୍ଥ ଉପରେ ନିର୍ଭର କରୁଛି । ଏବେ ଏହି ରେୟର ଅର୍ଥକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି କ୍ଷେତ୍ରରେ ଚୀନର ଦବଦବା ଶେଷ କରିବାକୁ ଆମେରିକା ବଡ଼ ପଦକ୍ଷେପ ନେଇଛି । ଆମେରିକା ଅର୍ଥମନ୍ତ୍ରୀ ସ୍କଟ ବେମେଣ୍ଟ ସ୍ପଷ୍ଟ କରିଛନ୍ତି, ଓ୍ବାସିଂଟନରେ ହେବାକୁ ଥିବା G7 ଦେଶର ଅର୍ଥମନ୍ତ୍ରୀଙ୍କ ବୈଠକକୁ ଭାରତ ଓ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରାଯାଇଛି । ସୋମବାର ହେବାକୁ ଥିବା ଏହି ବୈଠକର ମୁଖ୍ୟ ଏଜେଣ୍ଡା ଆଗରୁ ସ୍ପଷ୍ଟ ଅଛି । ବିଶ୍ବରେ ମହତ୍ବପୂର୍ଣ୍ଣ ଖଣିଜ ରପ୍ତାନୀ ଚେନକୁ ସୁରକ୍ଷିତ କରିବା ଓ କୌଣସି ଗୋଟିଏ ଦେଶ ଉପରେ ନିର୍ଭର ନକରିବା ଉପରେ ଗୁରୁତ୍ବ ଦିଆଯାଉଛି ।

ଓ୍ବାଟିଂଟନରେ ପ୍ରସ୍ତୁତ ହେଉଛି ନୂଆ ରଣନୀତି

ଏହି ବୈଠକର ଅଧ୍ୟକ୍ଷତା ନିଜେ ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେମେଣ୍ଟ କରୁଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ଗତ ଗ୍ରୀଷ୍ମରେ ହୋଇଥିବା G7 ଶିଖର ସମ୍ମିଳନୀ ପରଠାରୁ ଏହା ଉପରେ ଚର୍ଚ୍ଚା କରିବାକୁ ଚାପ ପଡୁଛି । ଅର୍ଥମନ୍ତ୍ରୀ ଡିସେମ୍ବରରେ ଏକ ଭର୍ଚୁଆଲ ବୈଠକ କରିଥିଲେ । ହେଲେ ଏବେ ହେବାକୁ ଥିବା ସିଧାସଳଖ ଚର୍ଚ୍ଚା ହେବାକୁ ଗୁରୁତ୍ବ ଦିଆଯାଉଛି ।

ବେମେଣ୍ଟ ସ୍ପଷ୍ଟ କରିଛନ୍ତି ଭାରତକୁ ଏହି ବୈଠକ ପାଇଁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି । ତେବେ ସେ ଏହା ବି କହିଛନ୍ତି ଭାରତ ଏହାକୁ ସ୍ବୀକାର କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଏହି ନିମନ୍ତ୍ରଣର ଏଥିପାଇଁ ଗୁରୁତ୍ବ ରହୁଛି କାରଣ G7 ସମୂହ ନିଜର ଆବଶ୍ୟକତା ପାଇଁ ବହୁଳ ଭାବେ ଚୀନ ଉପରେ ନିର୍ଭର କରୁଛନ୍ତି । ଏବେ ଏହି ଦେଶମାନେ ଚାହୁଁଛନ୍ତି ଭାରତ ପରି ସହଯୋଗୀ ଏହି ନିର୍ଭରତାକୁ କମ କରିବାର ମାଧ୍ୟମ ହେଉ ।

ରେୟର ଅର୍ଥ ଉପରେ ଚୀନର ଦବଦବା

ରେୟର ଅର୍ଥ ଏଲିମେଣ୍ଟ ଓ କ୍ରିଟିକାଲ ମିନେରାଲ୍ସ ଉପରେ ଚୀନର ଏକତରଫା ନିୟନ୍ତ୍ରଣ ରହିଛି । IFA ରିପୋର୍ଟ ଅନୁସାରେ କପର, ଲିଥିୟମ, କୋବାଲ୍ଟ, ଗ୍ରାଫାଇଟ ଓ ରେୟର ଅର୍ଥ ରିଫାଇନିଂରେ ୪୭ରୁ ୮୭ ପ୍ରତିଶତ ଭାଗିଦାରୀ ଚୀନର ରହୁଛି । କେବଳ କେବୁଲ ବ୍ୟାଟେରୀ ଓ ରିୟୁଜେବୁଲ ଏନର୍ଜୀ ନୁହେଁ ସେମିକଣ୍ଡକ୍ଟର ଓ ରକ୍ଷା ଉପକରଣ ନିର୍ମାଣ ପାଇଁ ଏହା ବହୁତ ଜରୁରୀ । ନିକଟ ଅତୀତରେ ଚୀନ ଜାପାନକୁ ରେୟର ଅର୍ଥ ଓ ଚୁମ୍ବକ ରପ୍ତାନୀ କରିବା ଉପରେ ପ୍ରତିବନ୍ଧକ ଲଗାଇବା ପଶ୍ଚିମ ଦେଶଙ୍କ ଚିନ୍ତା ବଢ଼ାଇ ଦେଇଛି । ଏମିତି ସ୍ଥିତିରେ ପଶ୍ଚିମ ଦେଶଙ୍କୁ ଏହି ଡରା ଲାଗୁଛି କି ଭବିଷ୍ୟତରେ ଯଦି ଏହାର ଆମଦାନୀରେ ବାଧା ସୃଷ୍ଟି ହୁଏ ତେବେ ସେମାନଙ୍କ ଅର୍ଥବ୍ୟବସ୍ଥା ଓ ସୁରକ୍ଷା ବିପଦରେ ପଡିଯିବ ।

Latest Posts

Don't Miss