spot_img

Latest Posts

୧୮ ତାରିଖ ଭିତରେ ସୁଭଦ୍ରା ଟଙ୍କା ; ୪ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୧୮ ତାରିଖ ଭିତରେ ସୁଭଦ୍ରା ଟଙ୍କା ମିଳିବ | ଗତକାଲି ମୁଖ୍ୟମନ୍ତ୍ରୀ ଏହା କହି ସାରିଛନ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ | ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି | ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି | ସେମାନେ ବି ଏକା ବେଳକେ ଦୁଇଟି କିସ୍ତି ପାଇବେ । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି | ଏପରି ଭାବେ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Latest Posts

Don't Miss