ମାସକର ଶିଶୁକନ୍ୟାକୁ ବିକିଦେଲେ ବାପମାଆ । ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ। ପୁଅ ଓ ବହୁ ମିଶି ଶିଶୁ କନ୍ୟାକୁ ବିକ୍ରି କରିଥିବା ଥାନାରେ ଅଭିଯୋଗ ଆଣିଛନ୍ତି ଜେଜେମା। ବୟାବନାପୁର ଗାଁର ବୃଦ୍ଧା ସାବିତ୍ରୀ ଦାସ ଭଣ୍ଡାରିପୋଖରୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ତାଙ୍କ ମାସକର ନାତୁଣୀକୁ ପୁଅ ସିପୁ ଦାସ ଓ ବହୁ ମିଶି ଗତ ୧୨ ତାରିଖରେ ମେଡିକାଲ ନେବାକୁ କହି ନେଇ ଯାଇଥିଲେ। ପୁଅ ବୋହୁ ଫେରିଲେ ହେଲେ ନାତୁଣୀ ଫେରି ନଥିଲା। ପଚାରିବାରୁ ପୁଅ ବୋହୁ ପାଟିତୁଣ୍ଡ କରିଥିଲେ। ନାତୁଣୀକୁ ବିକ୍ରି କିମ୍ବା ମାରି ଦେଇଥିବା ସନ୍ଦେହ କରିଛନ୍ତି । ସାବିତ୍ରୀ । ଅଭିଯୋଗ ପରେ ଭଣ୍ଡାରିପୋଖରୀ ପୋଲିସ ଘଟଣାର ତଦନ୍ତ କରିବା ସହିତ କଟକରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଓ଼ ଶିଶୁ କନ୍ୟାକୁ ସିଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଘଟଣାର ଯାଞ୍ଚ କରୁଛି ପୋଲିସ।

