spot_img

Latest Posts

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି; କ୍ଷୀର ଆଉଟା ନୀତିକୁ ନେଇ ଲାଗିରହିଥଲା ବିବାଦ

ଭୁବନେଶ୍ବର : ସ୍ୱାଭାବିକ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ସୁରୁଖୁରୁରେ ଚାଲିଛି ନୀତିକାନ୍ତି । ସକାଳେ ମଙ୍ଗଳ ଆଳତୀ ହୋଇଥିଲା। ତାପରେ ହୋଇଥିଲା ଧାଡ଼ି ଦର୍ଶନ। ବ୍ରାହ୍ମଣ ନିଯୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତ ମଙ୍ଗଳବାର ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିଲା। ଏପରିକି ମକର ସଂକ୍ରାନ୍ତିରେ ବି ଉପାସରେ ରହିଥିଲେ ଲିଙ୍ଗରାଜ। କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ହେବାରୁ ଏପରି ସମସ୍ୟା ଦେଖା ଦେଇଥିଲା। … ସେପଟେ ଏଥିପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରିଛି ବଡୁ ନିଯୋଗ। ପ୍ରଶାସନ ଚାହିଁଥିଲେ ପ୍ରଭୁ ଲିଙ୍ଗରାଜ ଓପାସ ରହିନଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ବଡୁ ନିଯୋଗ ସେବାୟତ। ମଙ୍ଗଳବାର ଦିନ ଥିବା କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ଉପୁଜିପାରେ ବୋଲି ଦୋବୋତ୍ତର ବିଭାଗ , ଆଇନ ବିଭାଗ ଓ ମନ୍ଦିର ପ୍ରଶାସନକୁ ବଡୁ ନିଯୋଗ ଅବଗତ କରାଇଥିଲେ। ବିଭ୍ରାଟ ସମ୍ପର୍କରେ ଜଣାଇବା ସତ୍ତ୍ଵେ ପ୍ରଶାସନ କାହିଁକି ଚୂପ ରହିଲା ବୋଲି ପ୍ରଶ୍ନ କରିଛନ୍ତି ବଡୁ ନିଯୋଗ ସମ୍ପାଦକ। ଆଲୋଚନା କରାଯାଇଥିଲେ ସମାଧାନ ହୋଇପାରିଥାନ୍ତାବୋଲି ସେ କହିଛନ୍ତି। ମନ୍ଦିରର ନୀତିକାନ୍ତି ପରିଚାଳନା ସମ୍ପର୍କରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଅନେକ ବର୍ଷରୁ ଏହି ନୀତି ବଡୁ ସେବାୟତ କରିଆସୁଛନ୍ତି। ଲିଙ୍ଗରାଜ ମନ୍ଦିରର ରେକର୍ଡରେ ବି ଏହି ବିଷୟରେ ଲେଖାଯାଇଛି ବୋଲି ବଡୁ ନିଯୋଗ ସମ୍ପାଦକ କହିଛନ୍ତି।

 

Latest Posts

Don't Miss