spot_img

Latest Posts

ଗୋଟିଏ ଦିନରେ ଚାଲିଗଲା ୧୩୩ ଜୀବନ

ଚୀନ୍‌ରୁ ବ୍ୟାପିଥିବା ମାରାତ୍ମକ କରୋନା ଜୀବାଣୁ ଏବେ ସାରା ବିଶ୍ୱକୁ ବ୍ୟାପିଛି । ଏଥିଯୋଗୁଁ ଇଟାଲୀରେ ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଛି । ଗୋଟିଏ ଦିନରେ ୧୪୯୨ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଇଟାଲୀ ୨୦ ମିଲିୟନରୁ ଅଧିକ ମାସ୍କ ଅର୍ଡର କରିଛି । ଚାଇନା ପରେ ଇଟାଲୀ ହେଉଛି କରୋନା ଜୀବାଣୁ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ । ଯେଉଁଠାରେ ମୃତ୍ୟୁ ସଂଖ୍ୟା ୩୫୦ ପାର କରିଛି ଏବଂ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୩୭୫ରେ ପହଞ୍ଚିଛି।

ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି କହିଛି ଯେ, ଅଧିକାଂଶ ମୃତ୍ୟୁ ଉତ୍ତର ଇଟାଲୀର ଲୋମ୍ବାର୍ଡି ଅଞ୍ଚଳରେ ଘଟିଛି। ଏହି ସମୟରେ କରୋନା ଜୀବାଣୁ ମୁକାବିଲା କରିବା ଏବଂ ଲୋକଙ୍କ ମଧ୍ୟରେ ଏହାର ବିସ୍ତାରକୁ ରୋକିବା ପାଇଁ ଇଟାଲୀ ଅଧିକ ମାସ୍କ ଅର୍ଡର ଦେଇଛି ।

ଏହି ଭୟଙ୍କର ଜୀବାଣୁ ବିସ୍ତାରକୁ ରୋକିବା ଲାଗି ଇଟାଲୀର ପ୍ରେକ୍ଷାଳୟ, ସଂଗ୍ରହାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ଜିଉସେପେ କଣ୍ଟେଙ୍କ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଇଟାଲୀ ସମୃଦ୍ଧ ଉତ୍ତର ଭାଗରୁ କରୋନା ଭାଇରସ୍‌ ଯେଭଳି ଗରିବ ଦକ୍ଷିଣ ଅଞ୍ଚଳରେ ନବ୍ୟାପେ । ଏଠାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ସାଧନ କମ୍‌ ଥିବାରୁ ଏଠାରେ ସ୍ଥିତି ଗମ୍ଭୀର ହୋଇପାରେ । ଉତ୍ତରରୁ ଦକ୍ଷିଣକୁ ଯେଭଳି ଭାଇରସ୍‌ ନବ୍ୟାପେ ସେଥିଲାଗି ମଧ୍ୟ ଇଟାଲୀ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଇଛି ।

 

Latest Posts

Don't Miss