spot_img

Latest Posts

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ; ଅଳଙ୍କାର ଗଣତି ମଣତି ଓ ଧାଡ଼ି ଦର୍ଶନ ନେଇ ହେବ ଆଲୋଚନା …

ପୁରୀ: ଆଜି ବସିବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳ ୧୧ଟା ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଗଜପତି ମହାରାଜା ଏହାର ଅଧ୍ୟକ୍ଷତା କରିବେ  । ବୈଠକରେ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଗଣତି ମଣତି ଉପରେ ବିସ୍ତୃତ ଆଲୋଚନା ହେବ । ଗତ ରତ୍ନଭଣ୍ଡାର ହାଇ ଲେବୁଲ ମିଟିଙ୍ଗରେ ଚିଠା ପ୍ରସ୍ତାବ ଆଗତ ହୋଇଛି  । ପରିଚାଳନା କମିଟି ବୈଠକରେ ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଶେଷ ଆଲୋଚନା କରାଯିବ ।

ଶ୍ରୀମନ୍ଦିର ଆଇନରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସେହି ପ୍ରସ୍ତାବ ଉପରେ କରାଯିବ ବିସ୍ତୁର୍ତ୍ତ ଆଲୋଚନା । ଏତଦବ୍ୟତୀତ ଧାଡି ଦର୍ଶନ ବ୍ୟବସ୍ତା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସହ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ।

Latest Posts

Don't Miss