spot_img

Latest Posts

ପାଟକୁରାବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ଅରବିନ୍ଦ ମହାପାତ୍ର: ବିଜେଡି

ପାଟକୁରାବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ଅରବିନ୍ଦ ମହାପାତ୍ର: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଦଳ ବିରୋଧୀ କାର୍ଯ୍ୟ ପାଇଁ ନବୀନ ପଟ୍ଟନାୟକ ବିଜେଡିରୁ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡୁଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବା ସହ ଅରବିନ୍ଦଙ୍କୁ ଟାର୍ଗେଟ କରିଛି ଦଳ ।

ବିଜେଡି ପକ୍ଷରୁ କୁହାଯାଇଛି, ପାଟକୁରାବାସୀଙ୍କ ସହ ଅରବିନ୍ଦ ବିଶ୍ବାସଘାତକତା କରିଛନ୍ତି । ବିଧାୟକ ହେବା ଦିନରୁ ଦଳ ବିରୋଧରେ ରଚି ଆସୁଥିଲେ ଷଡ଼ଯନ୍ତ୍ର । ସବୁ ଜାଣିବା ପରେ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛି ବିଜେଡି ।

ଅରବିନ୍ଦ ନିର୍ବାଚନ ଜିତିବା ପରେ ପୁରୁଣା ବିଜେଡି ନେତାଙ୍କୁ କାଢ଼ି ନିଜ ଲୋକଙ୍କ ପୂରାଇ ଥିଲେ । ଏପରିକି ବିଧାୟକ ପାଣ୍ଠି ସେମାନଙ୍କ ଦ୍ୱାରା ଖର୍ଚ୍ଚ କରାଇଥିଲେ। ଏହାକୁ ବାଦ ଦେଲେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ମଧ୍ୟ ଯୋଜନା କରିଥିଲେ ଅରବିନ୍ଦ। ପାଟକୁରାରେ କୌଣସି କାର୍ଯ୍ୟକ୍ରମ କଲେ ନବୀନ ପଟ୍ଟନାୟକଙ୍କ ଫଟୋ ମଧ୍ୟ ଲଗାନ୍ତି ନାହିଁ କି ବିଜେଡିର ଚିହ୍ନ ବି ବ୍ୟବହାର କରନ୍ତି ନାହିଁ । ପାଟକୁରାରେ କେବଳ ବାପା ପୁଅ ଦଳ ଚାଲିଥିଲା ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ଅମରେଶ ପତ୍ରୀ । ତେବେ ଅରବିନ୍ଦ କି ଷଡଯନ୍ତ୍ର କରିଛନ୍ତି, ତାହା ସେ ଭଲ ଭାବେ ଜାଣିଛନ୍ତି ବୋଲି କହିଛି ବିଜେଡି । ସବୁ ଘଟଣା ଜଣାପଡ଼ିବା ପରେ ନବୀନ ପଟ୍ଟନାୟକ ଉଚିତ ନିଷ୍ପତ୍ତି ନେଇଥିଲେ । ଦଳରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଛି ବିଜେଡି।

Latest Posts

Don't Miss