ଗ୍ରୀନଲ୍ୟାଣ୍ଡ ନୀତିକୁ ବିରୋଧ କରୁଥିବା ୟୁରୋପୀୟ ଦେଶଙ୍କ ଉପରେ ଟ୍ରମ୍ପ ଲଗାଇଲେ ୧୦ ପ୍ରତିଶତ ଟାରିଫ
ନନ୍ଦିଘୋଷ ବ୍ୟୁରୋ: ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ଉତକ୍ଷିପ୍ତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକାର ଗ୍ରୀନଲ୍ୟାଣ୍ଡ ନୀତିକୁ ବିରୋଧ କରୁଥିବାରୁ ଡେନମାର୍କ, ବ୍ରିଟେନ, ଫ୍ରାନ୍ସ ଓ କିଛି ୟୁରୋପୀୟ ରାଷ୍ଟ୍ରସଂଘ ଦେଶ ଉପରେ ୧୦ ପ୍ରତିଶତ ଟାରିଫ ଲାଗୁ କରିଛନ୍ତି ଟ୍ରମ୍ପ । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ଏହି ଟାରିଫ ଲାଗୁ ହେବ ।
ଏହି ରାଷ୍ଟ୍ରମାନେ ଆମେରିକାକୁ ସମର୍ଥନ ନ କରନ୍ତି ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସୀମା ଜୁନ ୧ରୁ ୨୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ । ଗ୍ରୀନଲ୍ୟାଣ୍ଡକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବା ସହ ପୂର୍ଣ୍ଣ ରୂପେ କିଣିବାକୁ ଟ୍ରମ୍ପ ଯେଉଁ ଯୋଜନା କରିଛନ୍ତି ତାକୁ ଫଳପ୍ରଦ କରିବା ଲାଗି ଟାରିଫକୁ ଅସ୍ତ୍ର କରିଛନ୍ତି ଟ୍ରମ୍ପ । ଗ୍ରୀନଲ୍ୟାଣ୍ଡ ଅଞ୍ଚଳରେ ରୁଷ ଓ ଚୀନର ଆଧିପତ୍ୟ ବିସ୍ତାରକୁ ବିରୋଧ କରିଆସୁଛି ଆମେରିକା ।

