spot_img

Latest Posts

ଫାଟିଲା ଗ୍ୟାସ୍ ପାଇପ: ଦୀର୍ଘ ଦୁଇଘଣ୍ଟା ଧରି ମରାମତି ପରେ ସ୍ବାଭାବିକ ହେଲା ଗ୍ୟାସ ଯୋଗାଣ

ଡ୍ରୋଜର ମାଡ଼ରେ ଫାଟିଲା ଗ୍ୟାସ୍ ପାଇପ । ଗ୍ୟାସ୍ ଲିକ୍ ପରେ ଅଞ୍ଚଳରେ ଆତଙ୍କ । ସଙ୍କେତ ଥିବା ସତ୍ତ୍ବେ ଚାଲିଥିଲା ଖନନ । ତଦନ୍ତ ପାଇଁ କମ୍ପନୀ କର୍ତ୍ତୃପକ୍ଷଙ୍କ ଚେତାବନୀ । କଟକ ସିଡିଏ ୧୦ ନମ୍ବର ପରିବା ମାର୍କେଟ । ସମୟ ସକାଳ ପାଖାପାଖି ୧୦ଟା । ହଠାତ ମାଟିତଳୁ ଲିକ ହେବାକୁ ଲାଗିଲା ରନ୍ଧନ ଗ୍ୟାସ । ଗନ୍ଧ ଓ ଶବ୍ଦ ଯୋଗୁଁ ଆତଙ୍କରେ ଦୌଡ଼ିଲେ ଦୋକାନୀ ଓ ସ୍ଥାନୀୟ ଲୋକେ । ଖବର ପାଇ ତୁରନ୍ତ କମ୍ପାନୀ ଅଧିକାରୀ ପହଞ୍ଚି ଆରମ୍ଭ କରିଥିଲେ ତଦନ୍ତ । ଅଗ୍ନୀଶମ ଓ ଗ୍ୟାସ କମ୍ପାନୀ କର୍ମଚାରୀ କଣ୍ଟ୍ରୋଲ ରୁମରୁ ଗ୍ୟାସ ବନ୍ଦ କରି ଲାଗିଥିଲେ ମରାମତି କାମରେ ।

ଏକ ପେଟ୍ରୋଲ ପମ୍ପ ପରିସରରେ କମ୍ପାଉଣ୍ଡ ୱାଲ ନିର୍ମାଣ ପାଇଁ ଡ୍ରୋଜରରେ ଗଛକୁ ତାଡ଼ିବାବେଳେ ଘଟିଥିଲା ଏପରି ଘଟଣା । ମାଟିତଳେ ଯାଇଥିବା ଗ୍ୟାସ ପାଇପ ଡ୍ରୋଜର ମାଡ଼ରେ ଫାଟି ଯିବାରୁ ଅଞ୍ଚଳରେ ବ୍ୟାପୀ ଯାଇଥିଲା ଗ୍ୟାସ । ଦିର୍ଘ ଦୁଇଘଣ୍ଟା ଧରି ମରାମତି ପରେ ସ୍ବାଭାବିକ ହୋଇଥିଲା ଗ୍ଯାସ ଯୋଗାଣ । ଗାତ ଖୋଳିବା ସ୍ଥାନରେ ଗ୍ୟାସ ପାଇପଲାଇନ ଯାଇଥିବା ସଂଙ୍କେତ ଦିଆଯାଇଥିଲା । ଏହା ସତ୍ତ୍ବେ ସେଠାରେ କିପରି ନିର୍ମାଣ କାମ ଚାଲିଥିଲା ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଗ୍ୟାସ କମ୍ପାନୀ କର୍ତ୍ତୃପକ୍ଷ । ଘରକୁ ସୁଲଭ ମୂଲ୍ୟ ଓ ନିରନ୍ତର ଗ୍ୟାସ ଯୋଗାଇ ଦେବାକୁ ସହରରେ ଚାଲିଛି ଭୂତଳ ଗ୍ୟାସ ଯୋଗାଣ । ତେଣୁ ଏହାର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସାଧାରଣରେ ଦାବି ହୋଇଛି ।

Latest Posts

Don't Miss