spot_img

Latest Posts

ନିୟନ୍ତ୍ରଣ ହେବ ବୁଲା କୁକୁରଙ୍କ ସଂଖ୍ୟା: ଅଣ୍ଟା ଭିଡ଼ିଲା ବ୍ରହ୍ମପୁର ମହାନଗର ନିଗମ

ନିୟନ୍ତ୍ରଣ ହେବ ବୁଲା କୁକୁରଙ୍କ ସଂଖ୍ୟା, କମିବ ଭୟ । ABC ପାଇଁ ଅଣ୍ଟା ଭିଡ଼ିଲା ବ୍ରହ୍ମପୁର ମହାନଗର ନିଗମ । ଦୀର୍ଘଦିନ ଧରି ଅଚଳ କେନାଲ ହୋଇଛି କାର୍ଯ୍ୟକ୍ଷମ । ଘରୋଇ ସଂସ୍ଥା ସହଯୋଗରେ ଆରମ୍ଭ ହେଲା ଆନିମଲ ବାର୍ଥ କଣ୍ଟ୍ରୋଲ । ବୁଲା କୁକୁରଙ୍କ ଦୌରାତ୍ମରେ ଆତଙ୍କିତ ସହରବାସୀ । ପ୍ରତିଦିନ କୁକୁର କାମୁଡ଼ା ସଂଖ୍ୟା ବଢୁଥିବାବେଳେ ଦୁର୍ଘଟଣା ବି ଘଟୁଛି । ଏନେଇ କୋର୍ଟ ନିର୍ଦ୍ଦେଶ ପରେ ଏବେ କୁକୁର ବନ୍ଧ୍ୟାକରଣ ପାଇଁ ଆରମ୍ଭ ହୋଇଛି ଯୋଜନା । ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିଥିବା କେନେଲକୁ ଏକ ଘରୋଇ ସଂସ୍ଥା ଜରିଆରେ ଆରମ୍ଭ କରାଯାଇଛି । ପ୍ରଶାସନର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସହରବାସୀ ।

୨୦୧୬ ରେ କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ନିର୍ମିତ ହୋଇଥିଲା କେନେଲ ହାଉସ । କୁକୁର ବନ୍ଧ୍ୟାକରଣ ପାଇଁ କର୍ମଚାରୀ ଓ ପ୍ରାଣୀ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପାରିନଥିଲା । ତେବେ ପୁଣି ଏବେ ନିର୍ମାଣ ହୋଇଥିବା ଗୃହକୁ ପୁନରୁଦ୍ଧାର କରିଛି । ଆବଶ୍ୟକୀୟ ସରଞ୍ଜାମ ପଶୁ ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି। ବେଙ୍ଗଳୁରୁର ଘରୋଇ ସଂସ୍ଥା ଆଶ୍ରାକୁ ଏହାର ଦାୟିତ୍ୱ ଦିଆଯାଇଛି । ସଂପୃକ୍ତ ସଂସ୍ଥା ବୁଲା କୁକୁର ଧରି ଅସ୍ତ୍ରୋପଚାର କରିବା ପରେ ଛାଡିବ । ଏହି କାର୍ଯ୍ୟକ୍ରମ ୬ ମାସ ଧରି ଚାଲିବାକୁ ଥିବା ବେଳେ ଦିନକୁ ପ୍ରାୟ ୨୦ଟି କୁକୁରର ବନ୍ଧ୍ୟାକରଣ କରାଯିବ। ଏଥିପାଇଁ ପ୍ରତି କୁରୁର ପିଛା ୧୮ ଶହ ଟଙ୍କା ଖର୍ଚ୍ଚ କରାଯିବ । ବନ୍ଧ୍ୟାକରଣ ହୋଇଥିବା କୁକୁରଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ କାନରେ ସ୍ୱତନ୍ତ୍ର ଇୟର ନୋଜ୍ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ସହରେ ଥିବା ୧୧ ହଜାରରୁ ଅଧିକା କୁକୁର ରହିଥିବା ବେଳେ ପ୍ରତ୍ୟେକ ମାସରେ ପ୍ରାୟ ୫ରୁ ୬ ଶହ କୁକୁରଙ୍କ ବନ୍ଧ୍ୟାକରଣ କରାଯିବ । ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଥିବାରୁ ସହରରେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା କମିବା ଆଶା କରାଯାଇଛି ।

Latest Posts

Don't Miss