ଭୁବନେଶ୍ଵର ୧ ନମ୍ଵର ହାଟରେ ପୁଣି ଅଗ୍ନିକାଣ୍ଡ। ଗତ ରାତିରେ ନିଆଁ ଲାଗି ୪୦ରୁ ଅଧିକ ଦୋକାନ ଜଳି ଯାଇଛି। ୧ କୋଟିରୁ ଅଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ। ସୂଚନା ଅନୁସାରେ ରାତି ପ୍ରାୟ ଦେଢ଼ ଟାରେ ନିଆଁ ଲାଗିଥିଲା। ଗ୍ୟାସ ସିଲିଣ୍ଡରରୁ ଏହା ଆରମ୍ଭ ହୋଇଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି। ତଥାପି ୪୦ରୁ ଅଧିକ ଦୋକାନ ପୁରା ଜଳି ପୋଡ଼ି ପାଉଁଶ ହୋଇଛି। ଆଜି ସକାଳେ ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ଚଞ୍ଚଳ ରାଣା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭୁବନେଶ୍ଵର ୧ ନମ୍ଵର ହାଟରେ ବାରମ୍ଵାର ନିଆଁ ଲାଗୁଛି। ଦୋକାନୀମାନେ ଏସଓପି ପାଳନ କରୁନଥିବା କୁହାଯାଇଛି। ତା ସହିତ ଦରକାରଠାରୁ ଅଧିକ ପଲିଥିନ ରଖୁଛନ୍ତି। ଜରି ପାଲ ଟାଣି ରାସ୍ତାକୁ ଢାଙ୍କି ଦେଉଥିବାରୁ ମଧ୍ୟ ସମସ୍ୟା ହେଉଥିବା କୁହାଯାଇଛି।

