spot_img

Latest Posts

ନିଶା ବେପାରର ହବ୍ ପାଲଟିଛି ଓଡ଼ିଶା: ଗୋଆରୁ ଓଡିଶାକୁ ଲମ୍ବିଛି ଚେର

ନିଶା ବେପାରର ହବ୍ ପାଲଟିଛି ଓଡ଼ିଶା। ଗୋଆରୁ ଓଡିଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ବ୍ୟାପକ ରେଡ଼ କଲା ଇଡି । ଆନ୍ତର୍ଜାତୀୟ ନିଶା କାରବାରରେ ମିଳିଥିଲା ଓଡିଶା ଲିଙ୍କ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ନିଶା ସାମଗ୍ରୀ। ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ଏହାର ସୁରାଗ ମିଳିଥିଲା। ଓଡ଼ିଶା ସମେତ ୭ ରାଜ୍ୟର ୨୬ ଟି ସ୍ଥାନରେ ଚଢ଼ାଉ ହୋଇଛି । ନଗଦ ୩ କୋଟି ଟଙ୍କା ସହ ଜବତ ହୋଇଛି ବିପୁଳ ନିଶାଦ୍ରବ୍ୟ। ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ପ୍ରୟାସ ଚାଲିଛି। ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। ଅନ୍ୟ ସ୍ଥାନକୁ ନିଶାଦ୍ରବ୍ୟ ଚାଲାଣ ହେଉଥିଲେ ମଧ୍ୟ ଭାୟା ପାଲଟିଛି ଭୁବନେଶ୍ୱର ବିମାନବନ୍ଦର।

Latest Posts

Don't Miss