ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଟି-୨୦ ସିରିଜ । ପାଞ୍ଚଟିକିଆ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ସମସ୍ତ ପାଞ୍ଚଟି ଟି-୨୦ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଆଜି ନାଗପୁର ଭିସିଏ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ । ୨୩ ତାରିଖରେ ରାୟପୁର, ୨୫ ତାରିଖରେ ଗୁଆହାଟି, ୨୮ ତାରିଖରେ ବିଶାଖାପାଟନାମ, ୩୧ ତାରିଖରେ ତିରୁବନନ୍ତପୁରମରେ ଖେଳାଯିବ ମ୍ୟାଚ୍ । ସେପଟେ ଟି-୨୦ ସିରିଜ ଆରମ୍ଭ ର୍ପୂବରୁ ଭାରତକୁ ବଡ଼ ଝଟକା ଲାଗିଛି । ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଦିନିକିଆ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ଦିଆଯାଇଛି।
ଟି-୨୦ ବିଶ୍ୱକପରେ ତାଙ୍କର ଅଂଶଗ୍ରହଣ ମଧ୍ୟ ସନ୍ଦେହଜନକ । ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଓ୍ବାନଡେ ସିରିଜର ପ୍ରଥମ ମ୍ୟାଚ୍ ସମୟରେ ସେ ସାଇଡ୍ ଷ୍ଟ୍ରେନ୍ର ଶିକାର ହୋଇଥିଲେ । ପ୍ରଥମ ODIରେ, ୱାଶିଂଟନ ସୁନ୍ଦର କେବଳ ପାଞ୍ଚ ଓଭର ବୋଲିଂ କରିପାରିଥିଲେ । ପରେ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡିଥିଲା । ଯଦିଓ ଆବଶ୍ୟକ ସମୟରେ ସେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ BCCI ମ୍ୟାଚ୍ ପରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ସେ ODI ସିରିଜରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଆୟୁଷ ୱାଡୋନିଙ୍କୁ ସାମିଲ କରାଯାଇଛି।

