ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଭାରତୀୟ ବାୟୁସେନାର ଦୁଇ ଦିନିଆ ମେଗା ଏୟାର ଶୋ ସୂର୍ଯ୍ୟ କିରଣ l ନାସିକ ନିକଟସ୍ଥ ଗଙ୍ଗାପୁର ଡ୍ୟାମ ଅଞ୍ଚଳରେ ହେବ ଏୟାର ଶୋ l ଆକାଶରେ ତ୍ରିରଙ୍ଗାକୁ ନେଇ ଆୟୋଜିତ ହେବ ଶୋ l ଏହି ଅବସରରେ ବାୟୁସେନାର ବହୁ ତୁଙ୍ଗ ଅଧିକାରୀ ସାମିଲ ହେବେ l 1996ରେ ପ୍ରତିଷ୍ଠିତ ସୂର୍ଯ୍ୟକିରଣ ହେଉଛି ଏସିଆର ସବୁଠାରୁ ଶ୍ରେଷ୍ଠ ଏରୋବାଟିକ ଟିମ୍ l ପ୍ରତିଷ୍ଠା କାଳରୁ ଏହି ଟିମ ଦେଶ ଓ ଦେଶ ବାହାରେ 750ରୁ ଅଧିକ ଶୋ ପ୍ରଦର୍ଶନ କରିସାରିଲାଣି l ଏହି ଟିମରେ ରହିଛନ୍ତି ଦକ୍ଷ ଫାଇଟର ପାଇଲଟ, ଇଞ୍ଜିନିୟର, ଟେକନିକାଲ ଏକ୍ସପର୍ଟଙ୍କ ସମେତ 150 ସଦସ୍ୟ l
ଏହି ମେଗା ଶୋରେ ହକ୍ ଏମକେ-132 ଆଡଭାନ୍ସଡ ଟ୍ରେନର ଜେଟ ସାମିଲ ହେବ l ଏହି ଜେଟ 2015ରେ ବାୟୁସେନାରେ ସାମିଲ ହୋଇଥିଲେ l ଏହି ଶୋ ଜରିଆରେ ଦେଶପ୍ରେମର ବାର୍ତ୍ତା ପ୍ରସାର କରାଯିବା ସହ ପର୍ଯ୍ୟଟନ ବୃଦ୍ଧି ସକାଶେ ପଦକ୍ଷେପ ନିଆଯିବ l ଏହି ଟିମରେସ୍କ୍ବାଡ୍ରନ ଲିଡର ଗୌରବ ପଟେଲ, ଗ୍ରୁପ କ୍ଯାପଟେନ ଅଜୟ ଦାଶରଥି, ଡେପୁଟି ଗ୍ରୁପ କ୍ୟାପଟେନ ସିଦ୍ଧେଶ କାର୍ତ୍ତିକ ପ୍ରମୁଖ ସାମିଲ ହେବେ l ଏୟାର ଶୋ ବେଳେ ପ୍ରତି ଜେଟ ମଧ୍ୟରେ ଦୂରତା ରହିବ ମାତ୍ର 5 ମିଟର l

