spot_img

Latest Posts

ରାଜଧାନୀରେ ମଇଁଷି ଷଣ୍ଢ, ଦାମ ୨୫ କୋଟି ଟଙ୍କା

ରାଜଧାନୀରେ ମଇଁଷି ଷଣ୍ଢ, ଦାମ ୨୫ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ମତ୍ସ୍ୟ ପ୍ରାଣୀ ସମାବେଶରେ ଜମୁଛି ଭିଡ଼ । ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ଦ୍ବାରା ଆୟୋଜିତ ଏହି ସମାବେଶରେ ମଇଁଷି, ଗାଈ, ଛେଳି, କୁକୁଡ଼ା, ମାଛ, ବତକ ଭଳି ବିଭିନ୍ନ ପ୍ରକାର ପ୍ରାଣୀ ସାମିଲ ହୋଇଛନ୍ତି । ପୁଙ୍ଗାନୁର ଗାଈ ଓ ସୁରବୀରକୁ ଦେଖିବାକୁ ଲୋକଙ୍କ ଭିତରେ ବଢୁଛି ଉତ୍କଣ୍ଠା ।

ଦେଖିବାକୁ ଯେମିତି ଆକର୍ଷଣୀୟ, କାମ ବି ସେମିତି ଆଶ୍ଚର୍ଯ୍ୟକର । ନାଁ ହେଉଛି ଶୂରବୀର । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ସୁରବୀର ପାଇଁ ଦର୍ଶକଙ୍କ ନାହିଁ ନଥିବା ଉତ୍କଣ୍ଠା । ହରିଆଣା କୁରୁକ୍ଷେତ୍ରରୁ ଆସିଛି ମୁରାହ ପ୍ରଜାତୀର ଏହି ମଇଁଷି ଷଣ୍ଢ । ବୟସ ୫ ବର୍ଷ, ଓଜନ ୧୫ କୁଇଣ୍ଟାଲ ହୋଇଥିବା ବେଳେ ମୂଲ୍ୟ ୨୫ କୋଟିରୁ ଅଧିକ ଟଙ୍କା । ପ୍ରତିଦିନ ୫ କିଲୋମିଟର ଦୌଡ଼ିବା ସହ ବିଭିନ୍ନ ପ୍ରକାର ଫଳ ଖାଏ । ସୋରିଷ ତେଲ ଲଗାଇ ଦୁଇ ଘଣ୍ଟା ମାଲିସ ହୁଏ । ଶୂରବୀର ସିମେନରୁ ଜନ୍ମ ନେଉଥିବା ମଇଁଷିମାନେ ୧୬ରୁ ୨୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । ସେହିପରି ପୁଙ୍ଗାନୁର ଗାଈକୁ ଦେଖିବାକୁ ମଧ୍ୟ ଲୋକଙ୍କ ପ୍ରବଳ ଆଗ୍ରହ ରହିଛି । ଆନ୍ଧ୍ରପ୍ରଦେଶର ଡେକାନ ଚିତ୍ତର ଜିଲ୍ଲାର ପୁଙ୍ଗାନୁର ଅଞ୍ଚଳରେ ଦେଖାଯାଆନ୍ତି ଏହି ବାମନ ପ୍ରଜାତୀର ଗୋରୁ । ହାରା ହାରି ଉଚ୍ଚତା ୭୦ରୁ ୯୦ ସେମି । ଓଜନ ୧୧୫ରୁ ୨୦୦ କିଲୋଗ୍ରାମ । ଏମାନେ ୨ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଅନ୍ତି । ଏମାନଙ୍କ କ୍ଷୀର ଲିଟର ପିଛା ୧୨ ଶହ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ମାଲିକ ।

ମତ୍ସ୍ୟ ପ୍ରାଣୀ ସମାବେଶରେ ବିଭିନ୍ନ ପ୍ରକାରର ଗାଈ ଓ ଛେଳିଙ୍କୁ ଦେଖିବାକୁ ମିଳିଛି । ସାହିଓ୍ବାଲ ଗାଈ, ଶଙ୍କରା ଜାତୀୟ ଜର୍ସି, ବିଞ୍ଝାରପୁରୀ ଗାଈଙ୍କ ରହିଛି ଅଧିକ ଡିମାଣ୍ଡ । ଗୀର୍ ଗାଈ ଗୁଜୁରାଟ ଅଞ୍ଚଳରେ ଦେଖିବାକୁ ମିଳେ । ଏହା ଦୈନିକ ୫ରୁ ୬ ଲିଟର ଦୁଗ୍ଧ ଦେଇଥାଏ । ସେହିପରି କରୋଲି କୋଟା ଛେଳି, ବିଟାଲ୍ ଛେଳି, ତୋତାପୁରୀ ଛେଳି, ବ୍ଲାକ ବେରିଙ୍ଗ ଛେଳି, ସିରୋହି ଛେଳି ଏଠାରେ ଦେଖିବାକୁ ମିଳିଛି । କରୋଲି କୋଟା ଛେଳି ସିଙ୍ଗ ଓ କାନ ପାଇଁ ପ୍ରସିଦ୍ଧ । ଏମାନଙ୍କୁ ସୌନ୍ଦର୍ଯ୍ୟ ପାଇଁ ପାଳନ କରାଯାଏ ।

Latest Posts

Don't Miss