spot_img

Latest Posts

ପୁଣି ଇରାନକୁ ଟ୍ରମ୍ପଙ୍କ ନାଲିଆଖି ; ଇରାନ ଅଭିମୁଖେ ବିଶାଳ ବାହିନୀ ପଠାଯାଉଥିବା କହିଛନ୍ତି ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ପୁଣି ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନାଲିଆଖି। ଇରାନ ଅଭିମୁଖେ ଏକ ବିଶାଳ ବାହିନୀ ପଠାଯାଉଥିବା କହିଛନ୍ତି ଟ୍ରମ୍ପ। କିଛି ଦିନର ଆନ୍ଦୋଳନ ଥମିଥିବାବେଳେ ଇରାନ ଉପରେ ସାମରିକ ବଳ ପ୍ରୟୋଗ ଲାଗି ମନା କରିଥିଲେ ଟ୍ରମ୍ପ। ମାତ୍ର ପୁଣି ଏକ ବାହିନୀ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ମଧ୍ୟପ୍ରାଚ୍ୟରେ ଆମେରିକାର ଏକ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ ଆବ୍ରାହମ ଲିଙ୍କନ,  କିଛି ଡେଷ୍ଟ୍ରୟର ଓ ଫାଇଟର ବିମାନ ବି ପଠାଯାଇଛି। ଟ୍ରମ୍ପ କହିଛନ୍ତି ଇରାନ ବିରୋଧରେ ଆମେରିକା ଏକ ବିଶାଳ ବାହିନୀ ପଠାଯାଇଛି। ହେଲେ ଏହାର ବ୍ଯବହାର ହୋଇ ନପାରେ। ଇରାନରେ ଘଟୁଥିବା ଘଟଣାବଳୀ ଉପରେ ଆମେରିକାର ସତର୍କ ନଜର ଥିବା ସେ କହିଛନ୍ତି। ଆୟାତୋଲ୍ଲା ଖାମେନେଇ ବିରୋଧୀ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲା ଆମେରିକା। ତେବେ ଆମେରିକାର ଚେତାବନୀ ପରେ ଏହି ହତ୍ୟା ବନ୍ଦ କରାଯାଇଥିବା କହିଥିଲେ ଟ୍ରମ୍ପ। ସେ କହିଛନ୍ତି ତାଙ୍କର ହସ୍ତକ୍ଷେପ ଯୋଗୁ ଇରାନରେ ୮୩୭ ଲୋକ ଫାଶୀ ପାଇବାରୁ ରକ୍ଷା ପାଇଛନ୍ତି।

Latest Posts

Don't Miss