ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶର ପ୍ରବଳ ତୁଷାରପାତ। ମନାଲି ସମେତ ଅନେକ ସ୍ଥାନରେ ତୁଷାରପାତ ହୋଇଛି। ଏହାର ମଜା ନେଇଛନ୍ତି ପର୍ଯ୍ଯଟକ। ମନାଲିରେ ସଫେଦ ଚାଦରର ଆସ୍ତରଣ ବେଶ ମନୋରମ ପରିବେଶ ସୃଷ୍ଟି କରିଛି। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଏହାର ମଜା ଉଠାଇଛନ୍ତି। ଦୁଇ ତିନି ଧରି ତୁଷାରପାତ ଜାରି ରହିବ ବୋଲି ସୂଚନା ମିଳିଛି। ସେହିପରି ସିମଳାରେ ବି ପ୍ରବଳ ତୁଷାରପାତ ଜାରି ରହିଛି। ଗତ କିଛି ବର୍ଷ ମଧ୍ୟରେ ଏପରି ବଡ଼ ଧରଣର ତୁଷାରପାତ ହୋଇ ନଥିଲା ବୋଲି କୁହାଯାଉଛି। ସେପଟେ ଦିଲ୍ଲୀରେ କିଛି ସ୍ଥାନରେ ବର୍ଷା ହୋଇଛି। ଶୀତ ସହ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଉନ୍ନତି ଆସିଛି। ଆଜି ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ସେହିପରି ଚଣ୍ଡୀଗଡ଼, ଉଦ୍ଧମପୁରରେ ବି ବର୍ଷା ହୋଇଛି।

